ପାକିସ୍ତାନକୁ ୨୬୭ ରନର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

କାଣ୍ଡି,୨।୯ : ଏସିଆ କପର ତୃତୀୟ ମ୍ୟାଚରେ ଶ୍ରୀଲଙ୍କାର କାଣ୍ଡିର ପଲେକଲେ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ତାନ ବିପକ୍ଷରେ ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହୋଇଛି ଟିମ ଇଣ୍ଡିଆ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୮୭ ଓ ଇଶାନ କିଶନଙ୍କ ୮୨ ରନ ବଳରେ ଟିମ ଇଣ୍ଡିଆ ୪୮.୫ ଓଭରରେ ସମସ୍ତ ୱିକେଟ ହରାଇ ୨୬୬ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ଚଳିତ ଏସିଆ କପରେ ପାକିସ୍ତାନକୁ କ୍ରମାଗତ ଦ୍ୱିତୀୟ ବିଜୟ ପାଇଁ ୨୬୭ ରନର ଟାର୍ଗେଟ ମିଳିଛି। ପାକିସ୍ତାନ ପକ୍ଷରୁ ବାମହାତୀ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ସର୍ବାଧିକ ୪ ୱିକେଟ ଦଖଲ କରିଛନ୍ତିଗ୍ରୁପ ଏରେ ଭାରତ ନିଜର ପ୍ରଥମ ମ୍ୟାଚରେ ୪୮.୫ ଓଭରରେ ୧୦ ଓ୍ବିକେଟ ହରାଇ ୨୬୬ ରନ କରିଛି। ଫଳରେ ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୬୭ରନର ଟାର୍ଗେଟ ରହିଛି।ଟସ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ପକ୍ଷରୁ ରୋହିତ ଶର୍ମା ୧୧ ରନ କରିଥିବାବେଳେ ଶୁବମାନ ଗିଲ ୧୦, ବିରାଟ କୋହଲି ୪, ଶ୍ରେୟଶ ଆୟାର ୧୪, ଇଶାନ କିଶନ ୮୨ , ହାର୍ଦ୍ଦିକ ପାଣ୍ଡ୍ୟା ୮୭ ରନ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!