ନୂଆଦିଲ୍ଲୀ,୩।୯: ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ଅନୁସାରେ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ । ଆଉ ସେତେବେଳେ ଦେଶରେ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତାର କୌଣସି ସ୍ଥାନ ନଥିବ । ବିଶ୍ୱର ଜିଡିପି କୈନ୍ଦ୍ରିକ ଦୃଷ୍ଟିକୋଣ ବର୍ତ୍ତମାନ ମାନବକୈନ୍ଦ୍ରିକ ଦୃଷ୍ଟିକୋଣ ପରିବର୍ତ୍ତନ ହେଉଛି । ଭାରତ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ସରକାରଙ୍କ ‘ସବକା ସାଥ୍ ସବକା ବିକାଶ’ ନୀତି ବିଶ୍ୱ କଲ୍ୟାଣ ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ହୋଇପାରେ । ସ୍ୱାଧୀନତାର 100 ବର୍ଷ ବେଳକୁ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହେବ। ଆଉ ସେତବଳକୁ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତା ପାଇଁ କୌଣସି ସ୍ଥାନ ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଏକ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର ଦେବା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, 2047 ମସିହା ବେଳକୁ ଦେଶ ବିକଶିତ ରାଷ୍ଟ୍ର ଭାବେ ପରିଗଣିତ ହେବ।ଏହି ସମୟ ବେଳକୁ ଦୁର୍ନୀତି ଜାତିବାଦ ଆଉ ସାମ୍ପ୍ରଦାୟିକତା ପାଇଁ କୌଣସି ସ୍ଥାନ ନଥିବ। ସେ ଆହୁରି କହିଛନ୍ତି, ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ରହିବ। ଦୀର୍ଘ ଦିନ ଧରି ଭାରତକୁ ଗରିବ ରାଷ୍ଟ୍ରରେ ପରିଗଣିତ କରାଯାଉଥିଲା। ଭାରତରେ କୋଟି କୋଟି ଲୋକ ଖାଲି ପେଟରେ ରୁହନ୍ତି ବୋଲି କୁହାଯାଉଥିଲା। ହେଲେ ବର୍ତ୍ତମାନ ସମୟ ବଦଳିଯାଇଛି, ଏବେ ଭାରତକୁ ଉଚ୍ଚାଭିଳାଷୀ ଓ କୁଶଳୀ ଲୋକଙ୍କ ଦେଶ କୁହାଯାଉଛି।ନୂଆଦିଲ୍ଲୀରେ ହେବାକୁ ଥିବା ଜି-20 ଶିଖର ସମ୍ମିଳନୀ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ବର୍ତ୍ତମାନ ମାର୍ଗଦର୍ଶନ ପାଇଁ ଭାରତକୁ ଦେଖୁଛି। ଆମର କଥା ଓ ଦୃଷ୍ଟିଭଙ୍ଗୀ କେବଳ ଧାରଣା ନୁହେଁ ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ୍ ଭାବରେ ଦେଖାଯାଉଛି। ବିଶ୍ୱର ଜିଡିପି କେନ୍ଦ୍ରିକ ଦୃଷ୍ଟିକୋଣ ମାନବ-କେନ୍ଦ୍ରିକ ଦୃଷ୍ଟିକୋଣରେ ବଦଳୁଛି ଏବଂ ଏହି ପରିବର୍ତ୍ତନରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ସେ କହିଛନ୍ତି ଯେ, ଭାରତର ଜି-20 ଅଧ୍ୟକ୍ଷତାର ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ’ କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଆମର ସାଂସ୍କୃତିକ ଓ ନୈତିକତା ଦୃଷ୍ଟିରୁ ଏକ ବିସ୍ତୃତ ଦର୍ଶନ। ସେହିପରି ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ପ୍ରଶ୍ନ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିବାଦର ସମାଧାନ ପାଇଁ କଥାବାର୍ତ୍ତା ଏବଂ କୂଟନୀତି ହିଁ ଏକମାତ୍ର ଉପାୟ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |