ଭୁବନେଶ୍ୱର,୪।୯ :ଭୁବନେଶ୍ୱର-ନୂଆଦିଲ୍ଲୀ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି। ମଝି ଆକାଶରୁ ଫେରି ଆସିଲା ବିମାନା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଭୁବନେଶ୍ୱର-ନୂଆଦିଲ୍ଲୀ ଇଣ୍ଡିଗୋ ବିମାନ। ଆଜି ସକାଳ ୭ଟା ୫୦ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ପାଇଁ ଉଡ଼ିଥିଲା ଇଣ୍ଡିଗୋର 6E 2065 ବିମାନା ତେବେ ଉଡ଼ାଣ କରିବାର ୨୦ରୁ ୨୫ ମିନିଟ୍ ଭିତରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏଥିପାଇଁ ପାଇଲଟ୍ ବିମାନଟିକୁ ଭୁବନେଶ୍ୱର ବିମାନ ବନ୍ଦରକୁ ପୁଣି ଫେରାଇ ଆଣିଥିଲେ। ଏହାସହ ଯାତ୍ରୀମାନଙ୍କୁ ବିମାନରୁ ଉହ୍ଲାଇଯିବାକୁ କୁ଼ହାଯାଇଥିଲା।ତେବେ ଏହାକୁ ପୁଣି ଉଡ଼ାଇବା ନେଇ DGCAକୁ ଅନୁମତି ମଗାଯାଇଛିା ଅନୁମତି ମିଳିଲେ ପୁଣି ଉଡ଼ାଣ ଭରିବା ନେଇ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |