ଆଜି ଭାରତ-ନେପାଳ ମୁକାବିଲା

ପାଲେକେଲ୍‌,୪।୯: ଏସିଆ କପ ୨୦୨୩ର ପଞ୍ଚମ ମ୍ୟାଚ ଭାରତ ଏବଂ ନେପାଳ ମଧ୍ୟରେ ଖେଳାଯିବ। ଗ୍ରୁପ ପର୍ଯ୍ୟାୟରେ ଟିମ ଇଣ୍ଡିଆ ପାଇଁ ଏହା ଦ୍ୱିତୀୟ ମ୍ୟାଚ ହେବ। ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା। ବର୍ଷା ଯୋଗୁ ପ୍ରଥମ ମ୍ୟାଚ ବାତିଲ ହେବା ପରେ ଭାରତୀୟ ଦଳ ଏକ ପଏଣ୍ଟ ପାଇଛି। ବର୍ତ୍ତମାନ ରୋହିତ ଏବଂ କମ୍ପାନୀ ଟୁର୍ଣ୍ଣାମେଣ୍ଟର ସୁପର- ୪ ପର୍ଯ୍ୟାୟ ଯୋଗ୍ୟତା ପାଇବା ପାଇଁ ନେପାଳ ବିପକ୍ଷରେ ଏକ ବିଜୟ ହାସଲ କରିବାକୁ ପଡିବ।  ଉଦ୍‌ଘାଟନୀ ମ୍ୟାଚ୍‌ରେ ନେପାଳକୁ ୨୩୮ ରନ୍‌ରେ ପରାସ୍ତ କରିଥିଲା ପାକିସ୍ତାନ। ଭାରତ ବିପକ୍ଷ ବାତିଲ ମ୍ୟାଚ୍‌ରୁ ୧ ପଏଣ୍ଟ ପାଇ ପାକିସ୍ତାନ ସୁପର-୪ରେ ପହଞ୍ଚି ସାରିଛି। ନେପାଳକୁ ହରାଇଲେ ଭାରତ ସୁପର-୪ରେ ପହଞ୍ଚିବ। ଏହି ମ୍ୟାଚ୍‌ ଯଦି ବର୍ଷା ଯୋଗୁଁ ବାତିଲ ହୁଏ; ତଥାପି ୧ ପଏଣ୍ଟ ପାଇଥିବା ଭାରତ ସୁପର-୪ରେ ପହଞ୍ଚିବ। ଯୋଗ୍ୟତା ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରି ନେପାଳ ପ୍ରଥମଥର ଏସିଆ କପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ହେଲେ ଅଦ୍ୟାବଧି ଭାରତ ବିପକ୍ଷରେ ଏହା ମ୍ୟାଚ୍‌ ଖେଳିନାହିଁ।    ଭାରତୀୟ ସମୟ ଅନୁଯାୟୀ ମ୍ୟାଚ ଅପରାହ୍ନ ୩ଟାରୁ ଆରମ୍ଭ ହେବ। ଟସ ରାତି ୨.୩୦ରେ ପଡିବ। ଏହି ମ୍ୟାଚ ଟିଭିରେ ଷ୍ଟାର ସ୍ପୋର୍ଟସ ନେଟୱାର୍କ ମାଧ୍ୟମରେ ସିଧା ପ୍ରସାରଣ ହେବ। ଏହାସହ ଡିଜ୍‌ନୀ ପ୍ଲସ ହଟଷ୍ଟାର୍‌ ମାଧ୍ୟମରେ ମାଗଣାରେ ସିଧା ପ୍ରସାରିତ ହେବ।

ଭାରତ ସମ୍ଭାବ୍ୟ ୧୧: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର୍‌, ଈଶାନ କିଶନ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ।

ନେପାଳ ସମ୍ଭାବ୍ୟ ୧୧: କୁଶାଲ ଭୁର୍ତେଲ, ଆସିଫ୍‌ ସେଖ୍‌ (ୱିକେଟରକ୍ଷକ), ରୋହିତ ପୌଡ଼ଲ୍‌ (ଅଧିନାୟକ), ଆରିଫ୍ ସେଖ୍‌, ସୋମପାଲ କାମି, ଦୀପେନ୍ଦ୍ର ସିଂହ ଏରେସ୍‌, ଗୁଲସାନ୍‌ ଝା, କୁଶାଲ ମଲ୍ଲ, କରଣ କେସି, ସନ୍ଦୀପ ଲାମଚାନ୍‌, ଲଳିତ ରାଜବଂଶୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!