ରାୟଗଡା,୪।୯: ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସୀମା ନିକଟ ରାୟଗଡ଼ାରୁ ପାର୍ବତୀପୁରମକୁ ଯାତାୟାତ କରୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ (ଶ୍ରୀବିଜୟ ଦୁର୍ଗା)କୁ ଆଜି ଏକ ଜଂଗଲୀ ହାତୀ ଅଟକାଇଛି। ପାର୍ବତୀପୁରମ ଠାରୁ ୫, କିମି ପୁର୍ବରୁ ଆର୍ଥମ ଗାଁ ନିକଟରେ ଥିବା କାଲିକୁଟା ଛକ ନିକଟରେ ରାସ୍ତା ମଝିରେ ଅଟକାଇ ଉପଦ୍ରବ କରୁଥିବା ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି।ରାସ୍ତା ଉପରକୁ ହଠାତ୍ ଆସିଗଲା ବଣୁଆହାତୀ । ଯାତ୍ରୀବାହି ବସ୍କୁ ଅଟକାଇଲା ଦନ୍ତା । ପରେ ବସ୍କୁ ଠେଲିବାକୁ ଲାଗିଲା । ଶୁଣ୍ଢ ବାଡ଼ାଇ ବସ୍ର କାଚକୁ ବି ଭାଙ୍ଗିଦେଲା । ଏଭଳି କିଛି ଘଟଣା ରାୟଗଡ଼ା କମରଡ଼ାରେ ଘଟିଛି । ଆପଣ ଦେଖୁଥିବା ଏହି ଭିଜୁଆଲ୍ ଆଜିର ।ରାୟଗଡ଼ା କମରଡ଼ା ବ୍ଲକ ଆର୍ତମ୍ ଗାଁ ନିକଟରେ ଏକ ବସକୁ ଅଟକାଇ ଦେଇଛି ଦନ୍ତା ହାତୀ । ବସରେ ୪୦ରୁ ଅଧିକ ଯାତ୍ରୀ ରାୟଗଡ଼ା କଲ୍ୟାଣସିଂହପୁରରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯାଉଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |