କାଣ୍ଡି,୪।୯: ଏସିଆ କପର ସୋମବାର ପାଲଲେକେ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ନେପାଳ ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇଁ ନେପାଳ ବ୍ୟାଟିଂ ଆରମ୍ଭ କରିବ। ଭାରତର ପ୍ଲେ-୧୧ରେ ଏକ ପରିବର୍ତ୍ତନ ହେଇଛି। ଯସପ୍ରୀତ ବୁମ୍ରାଙ୍କ ସ୍ଥାନରେ ମହମ୍ମଦ ଶାମି ଖେଳିବେ ବୋଲି ଜଣାପଡିଛି।ଭାରତ ନେପାଳ ମଧ୍ୟରେ ହେବାକୁ ଯାଉଛି ଦମ୍ ଦାର ମ୍ୟାଚ୍ । ଏଥିପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଲାଗି ରହିଛି । ହେଲେ ଏହାରି ଭିତରେ ଡରାଉଛି ପାଣିପାଗ ବିଭାଗର ବର୍ଷା ଚେତାବନୀ । ପାଲ୍ଲେକେଲେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ହେବାକୁ ଯାଉଛି ଏହି ମ୍ୟାଚ୍ । ଏସିଆ କପ୍ ଗେମ୍ସରେ ଭାରତ ନେପାଳକୁ ଭେଟିବ । ହେଲେ ମ୍ୟାଚ୍ ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |