ଆଜି ଗୁରୁ ଦିବସ

ଭୁବନେଶ୍ୱର,୫ା୯:ଆଜି ସେପ୍ଟେମ୍ବର ୫ ତାରିଖ। ଗୁରୁ ଦିବସ। ମହାନ ଶିକ୍ଷାବିତ୍, ଦାର୍ଶନିକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିନ। ତାଙ୍କର ଜନ୍ମଦିନକୁ ସାରା ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଉଛି। ଏକ ଶିଶୁକୁ ଉତ୍ତମ ଶିକ୍ଷା ଦ୍ୱାରା ଭଲ ମଣିଷ ଓ ଉତ୍ତମ ନାଗରିକ କରିବାରେ ଗୁରୁଙ୍କ ଅବଦାନ ବେଶ୍ ମହତ୍ତପୂର୍ଣ୍ଣ। ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ କେତେ ଯେ ପରିବ୍ୟାପ୍ତ ତାହାର ଆକଳନ କରିବା   କଷ୍ଟ । ବାପା ମାଆଙ୍କୁ ଜୀବନର ପ୍ରଥମ ଗୁରୁ ବୋଲି କୁହାଯାଏ । କିନ୍ତୁ ପାଠ ଠାରୁ ଖେଳକୁଦ ପୁଣି ନୃତ୍ୟ ସଙ୍ଗୀତ ଅଭିନୟ ସବୁ କ୍ଷେତ୍ରରେ ଆଗକୁ ବଢିବା ପାଇଁ ଗୁରୁଙ୍କ ଅବଦାନ ଲୋଡାଥାଏ। ଭାରତରେ ପ୍ରାଚୀନ କାଳରୁ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଏହି ପବିତ୍ର ସମ୍ପର୍କକୁ ପାଳନ କରାଯାଉଛି। ହଁ ଗୁରୁ ସର୍ବତ୍ର ବିଦ୍ୟମାନ ବୋଲି ତାଙ୍କୁ ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କ ସହ ତୁଳନା କରାଯାଇିଛି। ସେଥିପାଇଁ ତ କୁହାଯାଇଛି ‘ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର।’ ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ଡକ୍ଟର ରାଧାକ୍ରିଷ୍ଣନ୍‌ ଏକାଧାରାରେ ଥିଲେ ଜଣେ ମହାନ୍‌ ଶିକ୍ଷାବିତ୍‌, ଦାର୍ଶନିକ ତଥା ରାଜନୈତିଜ୍ଞ। ଭାରତୀୟ ସଂସ୍କୃତିକୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରିବା ପାଇଁ ସେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଇଥିଲେ।ତେବେ ଏହି ଗୁରୁ-ଶିଷ୍ୟ ପରମ୍ପରା ଏବେର ନୁହେଁ। କେଉଁ ପୁରାତନ କାଳରୁ ଏହି ପ୍ରଥା ରହିଆସିଛି। ଗୁରୁ ଦ୍ରୋଣାଚାର୍ଯ୍ୟ, ପର୍ଶୁରାମ ଏପରି ଅନେକ ଗୁରୁଙ୍କ ଗାଥା ପୁରାଣରେ ବର୍ଣ୍ଣିତ ହୋଇଛି। ଆଗକୁ ଏହିପରି ପରମ୍ପାରାକୁ ଜୀବିତ ରଖିବା ଉଦ୍ଦେଶ୍ୟରେ ଗୁରୁଦିବସ ପାଳନ କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!