ସମ୍ବଲପୁର,୭ା୯: ପଶ୍ଚିମ ଓଡିଶାର ଗଣପର୍ବ ‘ନୁଆଁଖାଇ’ |ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ବୁଧବାର ଦିନ ସର୍ବତ୍ର ପାଳନ ହେବ ‘ନୂଆଁଖାଇ| ନବାନ୍ନ’ ପାଳନ କରିବା ପାଇଁ ଶୁକ୍ରବାର ପବିତ୍ର ନନ୍ଦୋତ୍ସବ ତିଥିରେ ଅପରାହ୍ନ ୫ଟାରେ ସମ୍ବଲପୁରର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ପଣ୍ଡିତ ଓ ବିଦ୍ୱାନ ମାନେ ପାରମ୍ପରିକ ରିତିନିତି ଅନୁଯାୟୀ ‘ନୁଆଁଖାଇ’ର ଶୁଭ ଲଗ୍ନ ନିର୍ଦ୍ଧାରଣ କରିଛନ୍ତି । ସମ୍ବଲପୁର ସହର ନୂଆଖାଇ ପାଇଁ ଚଳଚଞ୍ଚଳ ହୋଇଉଠିଛି। ଆଜି ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୨୦ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଥିବାବେଳେ ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ଶୁଭଲଗ୍ନ ରହିଛି। ଏହି ସମୟ ମଧ୍ୟରେ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନଲାଗି ହେବ। ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ବିଷ୍ଣୁସହସ୍ର ନାମ ପାଠ ପରେ ଶୁଭଲଗ୍ନ ବାହାରିଛି। ସେହିପରି ସୋନପୁର ଗଡ଼ଜାତ ଅଞ୍ଚଳ ସହ ଓ ପଞ୍ଚରା ଅଞ୍ଚଳ ବାସିଙ୍କ ପାଇଁ ଆଜି ସ୍ଥିର ହୋଇଛି ନୂଆଖାଇ ଲଗ୍ନ । ଚଳିତ ବର୍ଷ ଆସନ୍ତା ୨୦ ତାରିଖ ବୁଧୁବାର ଦିନ ମା’ ସୁରେଶ୍ବରୀଙ୍କ ମନ୍ଦିରକୁ ଦିନ ୮.୩୦ ରୁ ୯.୩୦ ମଧ୍ୟରେ ପାହୁର ଯାତ୍ରା ହେବ। ସେହିପରି ସକାଳ ୧୦.୩୬ ରୁ ୧୦.୫୦ ମଧ୍ୟରେ ବିଛା ଲଗ୍ନରେ ନବାର୍ଣ୍ଣ ଭକ୍ଷଣ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଥିବା ପଣ୍ଡିତ ସଭା ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |