ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ପୋଷ୍ଟର

ଭୁବନେଶ୍ୱର,୭।୯: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଲାଗିଛି   ପୋଷ୍ଟର  ।   5T ସଚିବଙ୍କ ଫଟୋ ଲାଗିଛି ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟ କାନ୍ଥବାଡ଼ରେ। ଯାହାକୁ ନେଇ ଦେଖାଦେଇଛି ବିବାଦ। ‍ଏହି ପୋଷ୍ଟରକୁ ତୀବ୍ର ବିରୋଧ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)। ପ୍ରତିବାଦ ସ୍ୱରୂପ ଷ୍ଟିକର ପାଖରେ ବିଭିନ୍ନ ମହାପୁରୁଷଙ୍କ ପୋଷ୍ଟର ମାରିଛି ଏବିଭିପି। କିଛି ଦିନ ତଳେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବାଣୀବିହାର କ୍ୟାମ୍ପସରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଫଟୋ ଲଗାଯାଇଥିଲା। ଫଟୋ ପାଖରେ  ଲେଖା ଯାଇଥିଲା ‘ୱି ଷ୍ଟାଣ୍ଡ ୱିଥ୍ ଭିକେ ପାଣ୍ଡିଆନ ସାର୍’। ପୋଷ୍ଟର ତଳେ ଲେଖାଯାଇଥିଲା ବିଜୁ ଛାତ୍ର ଜନତା ଦଳ। ଏହି ପୋଷ୍ଟରକୁ ଘୋର ବିରୋଧ କରିଛି ଏବିଭିପି।  ଅନ୍ୟ ପକ୍ଷରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି ଆମେ ସବୁ ମହାପୁରୁଷମାନଙ୍କୁ ସମ୍ମାନ ଦେଉ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!