ଭୁବନେଶ୍ୱରରୁ ଜବତ ହେଲା ଅଢେଇ କିଲୋଗ୍ରାମର ଚୋରା ସୁନା

ଭୁବନେଶ୍ୱର,୭।୯: ଆଜି ରାଜଧାନୀ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପାଖରୁ ଡିଆରଆଇ ବା ଡାଇରେକ୍ଟୋରେଟ ରେଭିନ୍ୟୁ ଇଣ୍ଟେଲିଜେନ୍ସ ପ୍ରାୟ ୧୦ ତୋଳା ସୁନା ଜବତ କରିଛି | ଏହି ସୁନାର ଦାମ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଏସବୁ ବିଦେଶରେ ତିଆରି ହୋଇ ଚୋରାରେ ଭୁବନେଶ୍ୱର ଅଣାଯାଇଥିବା ଜଣାପଡିଛି |ଭୁବନେଶ୍ୱର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ସୁନା ଜବତ ହୋଇଥିବା ସୂଚନା ଦେଇଛି ଡିଆରଆଇ | ଏହି ସୁନାଗୁଡିକ ବିସ୍କୁଟ ଆକାରରେ ରଖାଯାଇଥିବାବେଳେ ଏହାକୁ ସାରା ଦେଶରେ ବେଆଇନ ଭାବେ ଚାଲାଣ କରାଯିବାର ଥିଲା | ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!