ଏସିଆ କପ୍: 7 ୱିକେଟରେ ବାଂଲାଦେଶକୁ ହରାଇଲା ପାକିସ୍ତାନ

ନୂଆଦିଲ୍ଲୀ,୭ା୯: ଚଳିତ ଏସିଆ କପରେ  ବାଂଲାଦେଶକୁ ଅତି ସହଜରେ  ହରାଇଲା ପାକିସ୍ତାନ।  ଗଦ୍ଦାଫି ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ଦଳ ପକ୍ଷରୁ ମହମ୍ମଦ ନାମି ଓ ମେହଦି ହାସନ ପାଳି ଆରମ୍ଭ କରିଥିଲେ। ମାତ୍ର ଖାତା ଖୋଲି ପାରିନଥିଲେ ମେହଦି। ସେ ପାଭିଲିଅନ ଫେରିଯିବା ପରେ ସୁସ୍ଥତା ପରେ ଟିମକୁ ଫେରିଥିବା ଲିଟନ ଦାସ ମୈଦାନକୁ ଓହ୍ଲାଇଥିଲେ। ମାତ୍ର ସେ ବି ଭଲ ପ୍ରଦର୍ଶନ କରିପାରି ନଥିଲେ। ତଥାପି ନାମିଙ୍କ ସହ ମିଶି ଦଳୀୟ ସ୍କୋର୍ 31ରେ ପହଞ୍ଚାଇଥିଲେ। ନାମି ବ୍ୟକ୍ତିଗତ 20 ଓ ଲିଟନ 16 କରି ଆଉଟ୍ ହୋଇ ଯାଇଥିଲେ। କ୍ୟାପ୍ଟେନ ଶାକିବ ଅଲ୍ ହାସନ ଓ ମୁଶଫିକର ରହିମ ଭଲ ପାଳି ଆରମ୍ଭ କରିଥିଲେ। ଉଭୟ ବ୍ୟକ୍ତିଗତ 53 ଓ 64 ରନ୍ କରି ଦଳୀୟ ସ୍କୋରକୁ ତିନି ଅଙ୍କରେ ପହଞ୍ଚାଇଥିଲେ। ଶାକିବ 147 ବେଳକୁ ଆଉଟ୍ ହୋଇଯାଇଥିଲେ। ମାତ୍ର 38.4 ଓଭରରେ 193 ରନ୍ କରି ଅଲଆଉଟ୍ ହୋଇଯାଇଥିଲା ବାଂଲାଦେଶ ଟିମ୍|194 ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୈଦାନକୁ ଓହ୍ଲାଇଥିଲେ ପାକିସ୍ତାନ ପ୍ଲେୟର୍। ଇମାମ-ଉଲ୍-ହକ୍ ଓ ମହମ୍ମଦ ରିଜୱାନ୍ ଅର୍ଦ୍ଧଶତକ କରି ଦଳକୁ ସହଜ ବିଜୟ ଭେଟି ଦେଇଛନ୍ତି। ଇମାମ ଓ ରିଜୱାନ୍ ବ୍ୟକ୍ତିଗତ 78 ଓ 63 କରିଥିବା ବେଳେ ଓପନର୍ ଫଖର ଜମାନ(20), ବାବର ଆଜାମ(17) ଏବଂ ଆଘା ସଲମାନ 12 ରନ୍ କରିଥିଲେ। ଦଳ 39.3 ଓଭରରେ ତିନୋଟି ୱିକେଟ୍ ହରାଇ 194 ଟାର୍ଗେଟ ପୂରଣ କରିଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!