G-20 ସମ୍ମିଳନୀ: ଅତିଥିମାନଙ୍କୁ ସ୍ବାଗତ କରୁଛି ସୁର୍ଦଶନ ସାହୁଙ୍କ ସ୍ଥାପତ୍ୟ କଳା

ନୂଆଦିଲ୍ଲୀ,୭।୯:ଦିନକ ପରେ ରାଜଧାନୀର ଦିଲ୍ଲୀରେ ଆରମ୍ଭ ହେବ G-20 ସମ୍ମିଳନୀ। ଏଥିଲାଗି ନୂଆଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି  ବିଦେଶୀ ଅତିଥି। ଏଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଭାରତ ଗସ୍ତରେ ଆସିବେ। ବାଇଡେନଙ୍କୁ ଆତିଥେୟତା ଦେବା ଅପେକ୍ଷାରେ ହୋଟେଲ୍ ଆଇଟିସି ମୌର୍ଯ୍ୟ।ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀ ପୋଲିସ ଓ ସେନା ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ହୋଇଛି। ବିଦେଶରୁ ବହୁ ଅତଥି ରାଜଧାନୀ ଦିଲ୍ଲୀକୁ ଆସୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଇଣ୍ଡିଆନ୍ ଆର୍ମିର ଏକ୍ ଟିମ୍‌କୁ ବୋମା ନିଷ୍କ୍ରିୟ ଦାତିତ୍ୱ ଦିଆଯାଇଥିବା ବେଳେ ଟିମ୍ ପକ୍ଷରୁ ମକ୍ ଡ୍ରିଲ୍ କରାଯାଇଛି। ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ଡଗ୍‌ ସ୍କାର୍ଡ୍ ପକ୍ଷରୁ ବିସ୍ଫୋରକ ଚିହ୍ନଟ କରି ଏହାକୁ କେମିତି ନିଷ୍କ୍ରିୟ କରାଯିବ ତାହାର ଡେମୋ ପ୍ରଦର୍ଶନ କରାଯାଇଛି। ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ମଧ୍ୟ ଜି-୨୦ ସମ୍ମିଳନୀରେ ଯୋଗଦେବା ଲାଗି ଭାରତ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ରିଷି ପ୍ରଥମ ଥର ନୂଆଦିଲ୍ଲୀ ଆସୁଥିବା ବେଳେ ତାଙ୍କ ପାଇଁ ପ୍ରସ୍ତୁତ ରହିଛି ହୋଟେଲ ସାନ୍‌ଗ୍ରୀଲା। ଅନ୍ୟପକ୍ଷେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସମେତ ଜର୍ମାନୀ, ଜାପାନ, କାନାଡା ଭଳି ଆହୁରି ବହୁ ବିତ୍ତଶାଳୀ ଦେଶର ଶୀର୍ଷ ନେତା ନୂଆଦିଲ୍ଲୀ ଆସୁଥିବା ବେଳେ ସେମାନଙ୍କ ପାଇଁ ପ୍ରସ୍ତୁତ ରହିଛି ହୋଟେଲ ମେରିଡିଆନ୍। ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଦେଶରୁ ଭାରତ ଆସୁଥିବା ମାନ୍ୟଗନ୍ୟ ଅତିଥିଙ୍କ ନୈଶ୍ୟ ଭୋଜନ ପାଇଁ ରୁପାରେ ତିଆରି ବାସନକୁସନ ତିଆରି କରାଯାଇଛି। ଅତିଥିଙ୍କ ନୈଶ୍ୟ ଭୋଜନ ପାଇଁ ଯେଉଁସବୁ ବାସନକୁସନ ବ୍ୟବହାର କରାଯିବ ତାହା ସବୁ ରୁପାରେ ତିଆରି ହୋଇଛି। ଆଉ ସବୁ ବାସନକୁସନ ଆମ ଦେଶର ଐତିହ ପରମ୍ପରାକୁ ବହନ କରୁଥିବା ଭଳି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଜାତୀୟ ପକ୍ଷୀ ମୟୂର ଆକୃତିର ପାଣିପାତ୍ରଠାରୁ ଆରମ୍ଭ କରି ବିଭିନ୍ନ କାରୁକାର୍ଯ୍ୟରେ ମଣ୍ଡିତ ବାସନ ବ୍ୟବସ୍ଥା ହୋଇଛି। ଆଉ ଏହାକୁ ଜୟପୁରର ଏକ ସଂସ୍ଥା ପକ୍ଷରୁ ତିଆରି କରାଯାଇଛି। ଦିଲ୍ଲୀର ବହୁ ନାମୀଦାମୀ ହୋଟେଲ୍ ପକ୍ଷରୁ ଏହି ବାସନକୁସନ ସବୁର୍ ଅର୍ଡର୍ ଦିଆଯାଇଛି। ଜି-୨୦ ସମ୍ମିଳନୀ ଅବସରରେ ସ୍ଥାପତ୍ୟ କଳାରେ ଦେଶ ଓ ବିଦେଶ‌ରେ  ଖ୍ୟାତି ଅର୍ଜନ କରିଥିବା ପଦ୍ମ ବିଭୁଷଣ ସୁର୍ଦଶନ ସାହୁଙ୍କ ସ୍ଥାପତ୍ୟ କଳା  ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଏବଂ ବିଭିନ୍ନ ସ୍ଥାନରେ ପ୍ରର୍ଦଶୀତ କରାଯାଇଛି। ଓଡିଶାର ପାରମ୍ପାରିକ କଳା ଓ ଭାସ୍କର୍ଯ୍ୟକୁ ଅତ୍ୟନ୍ତ ନିଖୁଣଭାବେ ପ୍ରର୍ଦଶୀତ କରାଯାଇଛି।ଦିଲ୍ଲୀର ସୌଦନ୍ଦୀକରଣ କାର୍ଯ୍ୟରେ ସୁର୍ଦଶନ ସାହୁଙ୍କୁ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ଯଥେଷ୍ଟ ଗୁରତ୍ବ ଦେଇଛନ୍ତି ତଥା ତାଙ୍କର  ଯୋଗଦାନ ଜି-୨୦ ପରିପେକ୍ଷୀରେ ଦିଲ୍ଲୀକୁ ଏକ ନୁଆ ରଙ୍ଗ ଦେବାରେ ସଫଳ ହୋଇଛି।ଜି-୨୦ ସମ୍ମିଳନୀ ଅବସରରେ ତାଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ୬ ଫୁଟର ‌କୋଣାର୍କ ଚକ୍ରକୁ ଦିଲ୍ଲୀ ଗେଟରେ ପର୍ଦଶୀତ କରାଯାଇଛି ଯାହା ସବୁଠାରୁ ଆକର୍ଷଣୀୟ ହୋଇଛି ଏବଂ ଜି-୨୦ର ଆଗନ୍ତୁକମାନଙ୍କ ପାଇଁ ସେଲ୍ପି ପଏଣ୍ଟ ପାଲଟିଯାଇଛି। ସୁର୍ଦଶନ ସାହୁଙ୍କ ସହ ଆଉ ଦୁଇ ଜଣ ଶିଳ୍ପୀଙ୍କୁ  ସାହାଣ ପଥରରେ  କୋଣାର୍କ ଚକ୍ରର ନମୁନାକୁ ତିଆରି କରିବାକୁ ଦୁଇ ବର୍ଷ ସମୟ ଲାଗିଥିଲା। ଦିଲ୍ଲୀ ଗେଟ ରେ ‌ଶୋଭାକୁ କୋଣାର୍କ ଚକ୍ରର ପ୍ରତିମୁର୍ତ୍ତି ଦ୍ବିଗୁଣିତ କରିଛି।ସେହିଭଳି ଜି-୨୦ ଅବସରରେ   ସୁର୍ଦଶନ ସାହୁ ୨୫ରୁ ଅଧିକ ପଥର ଖୋଦେଇ କାର୍ଯ୍ୟ ଦିଲ୍ଲୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଉପଯୋଗ କରାଯାଇଛି।

2d072f90 2f9c 493a afca 18d7c8d1fdf9

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!