ଟୋକିଓ,୭।୯ :ଜାପାନ ଜାତୀୟ ମହାକାଶ ଏଜେନ୍ସିର ଚନ୍ଦ୍ର ଲ୍ୟାଣ୍ଡରକୁ ନେଇ ଏଚ-୨-ଏ ରକେଟ ଉତକ୍ଷେପଣ କରିଛି। ଭାରତ ଚନ୍ଦ୍ରରେ ସଫଳତାର ସହ ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର୍କୁ ଅବତରଣ କରାଇବା ପରେ ଏବେ ଜାପାନ ମଧ୍ୟ ଚନ୍ଦ୍ରକୁ ଏକ ଲ୍ୟାଣ୍ଡର୍ ପଠାଇଛି। ପୂର୍ବରୁ ୩ ଥର ଚିନ୍ତା କରିଥିବା ଜାପାନ ଶେଷରେ ଏକ୍ସ-ରେ ଟେଲିସ୍ପୋପ୍ ଥିବା ଏକ ରକେଟ୍ ଲଞ୍ଚ୍ କରିଛି। ଯାହାକି ବ୍ରହ୍ମାଣ୍ଡ ସହିତ ଲୁନାର ଲ୍ୟାଣ୍ଡର୍ ସଂପର୍କରେ ତଥ୍ୟ ପ୍ରଦାନ କରିବ। ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ ଜାପାନ ଏରୋସ୍ପେସ ଏକ୍ସପ୍ଲୋରେଶନ ଏଜେନ୍ସି (ଜାକ୍ସା) କହିଛି ଏହି ରକେଟ ଦକ୍ଷିଣ ଜାପାନର ତାନେଗାସିମା ସ୍ପେସ ସେଣ୍ଟରରୁ ଉଡ଼ାଣ ଭରିଛି।ଜାପାନ ତାର ମୁନ ମିଶନ ‘ମୁନ ସ୍ନାଇପର’ ଲଞ୍ଚ କରିଛି । ୮୦୦ କୋଟି ଵ୍ୟୟରେ ଏହି ମିଶନକୁ ଚନ୍ଦ୍ର ପୃଷ୍ଠରେ ଅଵତରଣ କରାଇଵାକୁ ଲକ୍ଷ ରଖାଯାଇଛି । ପାଣିପାଗ ଖରାପ ଥିଵା କାରଣରୁ ଏହି ମିଶନ ପୂର୍ଵରୁ ୩ ଥର ସ୍ଥଗିତ ହୋଇଥିଲା। ଫେଵୃଆରୀ ଶେଷ ସୁଦ୍ଧା ଜାପାନର ମୁନ ମିଶନ ଚନ୍ଦ୍ରରେ ପହଞ୍ଚିଵ । ଯାହାକୁ ୧୦୦ ମିଟର ଉଚ୍ଚତାରୁ ଲ୍ୟାଣ୍ଡ କରିଵାକୁ ଜାପାନ ସ୍ପେସ ଏଜେନ୍ସି JAXA ଯୋଜନା କରିଛି । ଏହି ମିଶନରେ ସଫଳତା ମିଳିଲେ ଜାପାନ ୫ ଦେଶ ଭାଵେ ଏହି କିର୍ତ୍ତୀମାନ ରଚିଵ । ଦୀର୍ଘ ଦିନ ଧରି ଜାପାନ ଏହାର ଚନ୍ଦ୍ର ମିଶନରେ କାର୍ଯ୍ୟ କରିଆସୁଛି। ଜାପାନର ଚନ୍ଦ୍ର ମିଶନରେ ଅନେକ ଜିନିଷ ଜଡିତ। ଏହି ମିଶନ ଅଧୀନରେ ସ୍ମାର୍ଟ ଲ୍ୟାଣ୍ଡରକୁ ଚନ୍ଦ୍ର ଉପରେ ଅନୁସନ୍ଧାନ କରିବାକୁ ଅବତରଣ କରିବାକୁ ପଡିବ। ଜାପାନ ଏରୋସ୍ପେସ ଏକ୍ସପ୍ଲୋରେସନ ଏଜେନ୍ସି ଏହାକୁ ଏଚ-୨-ଏ ରକେଟ ମାଧ୍ୟମରେ ଚନ୍ଦ୍ରକୁ ପଠାଉଛି ।ଏଥିରେ ଉଚ୍ଚ ଟେକ୍ନୋଲୋଜି ବ୍ୟବହୃତ ହୋଇଛି। ଏଥିରେ ହାଇ ଟେକ୍ନୋଲୋଜି କ୍ୟାମେରା ଲଗାଯାଇଛି, ଯାହା ଚନ୍ଦ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କାମ କରିବ । ଏହାର ଚନ୍ଦ୍ର ଅବତରଣ ଆସନ୍ତା ବର୍ଷ ଆରମ୍ଭରେ ଧାର୍ଯ୍ୟ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |