ଇସଲାମାବାଦ ,୭ା୯: ପାକିସ୍ତାନର ଚିତ୍ରାଲ ଜିଲ୍ଲାକୁ ଏବେ ଆତଙ୍କବାଦୀ ସଂଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଦଖଲ କରିନେଇଛି। ଏହି ଜିଲ୍ଲାଟି ଖୈବର ପଖତୁନଖଓ୍ବା ପ୍ରଦେଶରେ ଅବସ୍ଥିତ । ହଜାର ହଜାର ତାଲିବାନ ଆତଙ୍କବାଦୀ ଏଠାରେ ଉପସ୍ଥିତ ଅଛନ୍ତି ଏବଂ ସେମାନେ ପାକିସ୍ତାନୀ ପ୍ରାୟ ୭୫ ଜଣ ସେନା ଯବାନଙ୍କୁ ବନ୍ଧକ ରଖିଛନ୍ତି ଓ ଲଢେଇରେ କିଛି ପାକିସ୍ତାନୀ ସୈନ୍ୟ ନିହତ ହୋଇଛନ୍ତି ବୋଲି ଟିଟିପି ଦାବି କରିଛି ।ତାଲିବାନ ବା ତେହେରିକ-ଇ-ତାଲିବାନ ଆଜି ପାକିସ୍ତାନର ଖାଇବର ପାଖଟୁନଖୱା ପ୍ରଦେଶର ଚିତ୍ରାଲ ଜିଲ୍ଲାରେ ଏକ ବଡ଼ ଧରଣର ସାମରିକ ଆକ୍ରମଣ କରିଥିଲା। ଏଠାକାର ଅନେକ ଗ୍ରାମକୁ ଅତିକ୍ରମ କରିଛି ତାଲିବାନ। ବୁଧବାର ଭୋର ୪ଟାରୁ ଆରମ୍ଭ ହୋଇଥିବା ଅଭିଯାନ ପରେ ଚିତ୍ରାଲକୁ ଦଖଲ କରାଯାଇଛି ବୋଲି ଟିଟିପି ଦାବି କରିଛି। ଜଣେ ଆତଙ୍କବାଦୀ କମାଣ୍ଡର କହିଛନ୍ତି ଯେ ଏଠାରେ ଦୁର୍ବଳ ଇଣ୍ଟରନେଟ୍ ନେଟଓ୍ବର୍କ ରହିଛି ; କିନ୍ତୁ ଖୁବଶୀଘ୍ର ଆକ୍ରମଣର ଫଟୋ ସେୟାର କରାଯିବ । ପାକ୍ ସେନାର ପାଖାପାଖି ୭୫ ଜଣ ଯବାନଙ୍କୁ ଟିଟିପି ବନ୍ଧକ ରଖାଯାଇଥିବା ଓ ୧୦ ଜଣ ମୃତ୍ୟୁବରଣ କରିଥିବା ସେ କହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |