ସବୁ ଗାଡିପାଇଁ ନୂଆ ନିୟମ, ଲାଗିବ ଟ୍ରାକିଂ ଏବଂ ସୁରକ୍ଷା ଡିଭାଇସ୍‌

ଭୁବନେଶ୍ୱର,୮ା୯ :  ସଡକ ସୁରକ୍ଷା ଏବଂ ଜୀବନ ରକ୍ଷା ପାଇଁ ଏବେ ଗାଡିମାନଙ୍କରେ ବିଭିନ୍ନ ସୁରକ୍ଷା ଯନ୍ତ୍ର ସାମିଲ କରାଯାଉଛି । ଏବେ ସମସ୍ତ ନୂଆ ଗାଡିମାନଙ୍କରେ ଟ୍ରାକିଂ ତଥା ସେଫ୍ଟି ଡିଭାଇସ୍‌ -ଭିଏଲ୍‌ଡିଟି ସିଷ୍ଟମ ଲଗାଇବା ବାଧ୍ୟତାମୂଳକ କରାଯିବ । ପରିବହନ ସେବା ଯୋଗାଉଥିବା ଯାନରେ ଭେହିକିଲ ଲୋକେଶନ ଟ୍ରାକିଂ ଡିଭାଇସ୍‌(ଭିଏଲ୍‌ଟିଡି) ଓ ପାନିକ୍‌ ବଟନ୍‌ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଗାଡ଼ିଗୁଡ଼ିକ ଉପରେ ନଜର ରଖିବା ସହ ମହିଳା ଓ ଶିଶୁ ଯାତ୍ରୀମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ସମସ୍ତ ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଯାନବାହନଗୁଡ଼ିକରେ ଲୋକେଶନ ଟ୍ରାକିଂ ଓ ସେଫ୍ଟି ଡିଭାଇସ୍‌ ଲଗାଯିବ।ଦୁଇଚକିଆ, ତିନିଚକିଆ ଓ ରିକ୍ସାକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଗାଡ଼ି ଯଥା ବସ୍‌ , ଶିକ୍ଷାନୁଷ୍ଠାନ ବସ୍‌, ଆମ୍ବୁଲାନ୍ସ, ସବୁପ୍ରକାର କ୍ୟାବ୍‌, ଓମିନି ବସ୍‌, ମୋଟର କ୍ୟାବ୍‌, ପ୍ରାଇଭେଟ୍‌ ସର୍ଭିସ ଗାଡ଼ି ଓ ନ୍ୟାଶନାଲ ପର୍‌ମିଟ୍‌ ଥିବା ମାଲବାହୀ ଗାଡ଼ିଗୁଡ଼ିକରେ ଏହି ଡିଭାଇସ୍‌ ଲାଗିବ। ଦୁଇ ଚକିଆ, ରିକ୍ସା ଓ ତିନି ଚକିଆକୁ ଛାଡ଼ି ସମସ୍ତ ଯାତ୍ରୀ ପରିବହନକାରୀ ଯାନ, ନ୍ୟାସନାଲ ପରମିଟ ଥିବା ମାଲବାହୀ ଗାଡ଼ି, ଆମ୍ବୁଲାନ୍ସ ଓ କ୍ଷତିକାରକ ତଥା ବିସ୍ଫୋରକ ସାମଗ୍ରୀ ପରିବହନ କରୁଥିବା ଗାଡ଼ି ପାଇଁ ଏହି ନିୟମ ଲାଗୁ ହେବ। ଅକ୍ଟୋବର ୧ରୁ ପଞ୍ଜୀକରଣ ହେବାକୁ ଥିବା ଏସବୁ ବର୍ଗର ନୂଆ ଗାଡ଼ିରେ ପଞ୍ଜୀକରଣ ସମୟରେ ହିଁ ଲାଗିବ VLTD ଓ ପାନିକ ବଟନ୍। ନୂଆ ବର୍ଷରୁ ଅର୍ଥାତ୍ ୨୦୨୪ ଜାନୁଆରୀ ପହିଲାରୁ ଏସବୁ ବର୍ଗର ସମସ୍ତ ପୁରୁଣା ଗାଡ଼ି ପାଇଁ VLTD ଓ ପାନିକ ବଟନ୍ ବାଧ୍ୟତାମୂଳକ କରାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!