G20 ଶିଖର ସମ୍ମିଳନୀ : ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ

ନୂଆଦିଲ୍ଲୀ,,୧୦।୯:  G20 ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ଏକାଠି ବିଶ୍ବନେତା । ଏହି ସମ୍ମିଳନୀ ଆୟୋଜନ କରି ପୂରା ଦୁନିଆକୁ ବସୁଧୈବ କୁଟୁମ୍ବକମ୍‌ ର ବାର୍ତ୍ତା ଦେଉଛି ଭାରତ ।  ନୂଆଦିଲ୍ଲୀରେ ଆୟୋଜିତ ‘ଜି୨୦’ ଶିଖର ସମ୍ମଳନୀର ଦ୍ବିତୀୟ ଦିବସର ଅଧିବେଶନ ଅବ୍ୟବହିତ ପୂର୍ବରୁ ଆଜି ସକାଳୁ ‘ଜି୨୦’ ନେତା ଓ ପ୍ରତିନିଧିମାନେ ରାଜଘାଟ ଯାଇ ଗାନ୍ଧୀଜୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।  ଏଠାରେ ଥିବା ଶାନ୍ତି ଦ୍ବାରରେ ସ୍ବାକ୍ଷର କରିବେ ବିଭିନ୍ନ ଦେଶର ମୁଖ୍ୟ ଓ ପ୍ରତିନିଧି ମଣ୍ଡଳି ।ଝିପିଝିପି ବର୍ଷା ଲାଗି ରହିଥିଲେ ବି ଗାନ୍ଧୀଜୀଙ୍କ ପ୍ରିୟ ଭଜନ ଗାନ ମଧ୍ୟରେ ସକାଳ ୮.୧୫ରୁ ୯ଟା ମଧ୍ୟରେ ‘ଜି୨୦’ ନେତୃବୃନ୍ଦ ରାଜଘାଟରେ ଉପସ୍ଥିତ ହୋଇ ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ଖଦୀ ବସ୍ତ୍ର ଉପହାର ଦେଇ ସ୍ବାଗତ କରିଥିଲେ।ବିଶ୍ବ ନେତାମାନେ ପୃଥକ୍‌ ପୃଥକ୍‌ ଗାଡ଼ିରେ ଆସୁଥିବାରୁ ରାଜଘାଟ ଚତୁଃପାର୍ଶ୍ବରେ ଥିବା ରାସ୍ତାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଅଧିକ କଠୋର କରାଯାଇଥିଲା।ରାଜଘାଟକୁ ଯାଇ ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିବା ନେତା/ପ୍ରତିନିଧିମାନଙ୍କ ମଧ୍ୟରେ ଥିଲେ, ‘ଏସିଆନ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ବ୍ୟାଙ୍କ୍‌’ର ଅଧ୍ୟକ୍ଷ ମାସାସ୍ତୁଗୁ ଆସାକାୱା, ‘ଆଇଏମ୍‌ଏଫ୍‌’ ପରିଚାଳନା ନିର୍ଦେଶକା କ୍ରିଷ୍ଟାଲିନା ଜର୍ଜିଗିଏଭା, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌, ବିଶ୍ବବ୍ୟାଙ୍କ୍‌ର ଅଧକ୍ଷ ଅଜୟ ବାଙ୍ଗା, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍‌ରସ୍‌ ଆଧନମ୍‌, ଓମାନ ଉପପ୍ରଧାନମନ୍ତ୍ରୀ ଓମାନ୍‌ ଅସାଦ୍‌ ତାରିକ୍‌ ବିନ୍‌ ଦୈମୁର୍‌, ମରିସସ୍‌ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜୁଗନଥ, ନେଦର୍‌ଲାଣ୍ଡସ୍‌ର ପ୍ରଧାନମନ୍ତ୍ରୀ ମାର୍କ ରଟି, ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସିଏନ୍‌, ଇଜିପ୍ଟର ରାଷ୍ଟ୍ରପତି ଅବଦେଲ୍‌ ଫତାହ୍‌ ଏଲ୍‌-ସିସି, ସ୍ପେନ୍‌ର ଉପରାଷ୍ଟ୍ରପତି ନାଦିଆ କେଲ୍‌ଭିନୋ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଏଲବାନିଜ୍‌, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟେଓଲ୍‌, ଜର୍ମାନ୍‌ ଚାନ୍‌‌ସେଲର୍‌ ଓଲାଫ୍‌ ସ୍ଲୋଜ୍‌, ଇଟାଲିର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମିଲୋନି, ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌, ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା, ଚୀନ୍‌ର ପ୍ରଧାନମନ୍ତ୍ରୀ ଲି କ୍ବିୟାଙ୍ଗ୍‌, ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌, ବ୍ରାଜିଲ୍‌ର ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଏବଂ ଆହୁରି ଅନେକ ବିଶ୍ବ ନେତୃବୃନ୍ଦ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!