ଆଜି ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୧।୯:ରବିବାର କଲମ୍ବୋରେ ବର୍ଷା ଭାରତ-ପାକିସ୍ତାନ ଏସିଆ କପ୍‌ର ମ୍ୟାଚ୍‌ରେ ବାଧକ ସାଜିଛି। ବର୍ଷା ଯୋଗୁଁ ଏହି ସୁପର-୪ ମ୍ୟାଚ୍‌ରେ ଭାରତୀୟ ଇନିଂସରେ ୨ ଘଣ୍ଟା ବା ୨୪.୧ ଓଭର ଖେଳ ସମ୍ଭବପର ହୋଇଥିଲା। ତେବେ ଏହି ୨ ଘଣ୍ଟାରେ ଦୁଇ ଭାରତୀୟ ଓପ୍‌ନର ରୋହିତ ଶର୍ମା ଓ ଶୁବ୍‌ମାନ ଗିଲ୍‌ ପାକିସ୍ତାନୀ ବୋଲରଙ୍କ ବିପକ୍ଷରେ ଚମତ୍କାର ବ୍ୟାଟିଂକରି ଦଳକୁ ମଜ୍‌ଭୁତ ସ୍ଥିତିରେ ପହଞ୍ଚାଇଥିଲେ।  ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର-୪ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ରବିବାର ଦିନ ଖେଳ ଶେଷ ହୋଇପାରି ନାହିଁ। ଭାରତୀୟ ଇନିଂସରେ ୨୪.୧ ଓଭର ଖେଳ ପରେ ବର୍ଷା ବାଧା ସୃଷ୍ଟି କରିଥିଲା। ଏହା ପରେ ଗୋଟିଏ ବି ବଲ ବୋଲିଂ ହୋଇପାରି ନ ଥିଲା। ଏହି ମ୍ୟାଚ ପାଇଁ ଏସିସି ଏକ ରିଜର୍ଭ ଦିନ ସ୍ଥିର କରିସାରିଛି। ତେଣୁ ଆଜି ଏହି ମ୍ୟାଚ ଶେଷ ହେବ। ପ୍ରଶଂସକମାନେ ଆଶା କରୁଛନ୍ତି ଯେ ସେମାନେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମଗ୍ର ମ୍ୟାଚ ଉପଭୋଗ କରିପାରିବେ। ମ୍ୟାଚ ଅପରାହ୍ନ ୩ଟାରୁ ଆରମ୍ଭ ହେବ।ରବିବାର ୨୪.୧ ଓଭରରେ ଭାରତ ଦୁଇଟି ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ବିରାଟ କୋହଲି ଏବଂ କେ.ଏଲ ରାହୁଲ ଅପରାଜିତ ଅଛନ୍ତି। ଏହି ଦୁଇଜଣ ଆଜି ଭାରତୀୟ ଇନିଂସ ଖୋଲିବେ। ରୋହିତ ୫୬ ରନ ସଂଗ୍ରହ କରିଥିଲେ ଏବଂ ଶୁବମାନ ୫୮ ରନ ସଂଗ୍ରହ କରିଥିଲେ। ଶାହିନ ଏବଂ ଶାଦବ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ରିଜର୍ଭ ଡେ’ରେ ଖେଳିବା ଅବସ୍ଥା ସାଧାରଣ ଦିନ ଭଳି ହେବ। ତେବେ ମ୍ୟାଚ୍‌ର ଫଳାଫଳ ଜାଣିବା ପାଇଁ ଉଭୟ ଇନିଂସରେ ୨୦ ଓଭର ରହିବା ଜରୁରୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!