ଭୁବନେଶ୍ୱର,୧୪।୯: ପ୍ରାଥମିକ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।ବର୍ଷକୁ ୨୨୦ ଦିନ କାର୍ଯ୍ୟ ଦିବସ ପୂରଣ ନହେଲେ ପରବର୍ତ୍ତୀ ସମୟରେ ସମୂହ ଛୁଟିରେ ଥିବା ଶିକ୍ଷକମାନେ ଭରଣା କରିବେ ବୋଲି ଚିଠିରେ ଦର୍ଶାଯାଇଛି। ପ୍ରାଥମିକ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ସବ୍ କମିଟି ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ଜାରି ରଖିଛି। ପ୍ରାଥମିକ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ସବ୍ କମିଟି ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ଜାରି ରଖିଛି। ଏନେଇ ଶିକ୍ଷକଙ୍କୁ ଅବଗତ କରିବାକୁ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ କୌଣସି ସମାଧାନର ବାଟ ବାହାରି ପାରୁନି |ତେଣୁ ଯେକୌଣସି ପରିସ୍ଥିତିରେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଆନ୍ଦୋଳନରୁ ହଟାଇବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ। ଶିକ୍ଷକଶିକ୍ଷୟିତ୍ରୀମାନେ ଶିକ୍ଷା ବିଭାଗର ବିନା ଅନୁମତିରେ ଛୁଟିରେ ଯାଇଥିବାରୁ ତୁରନ୍ତ ଫେରି କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି। ଏଥିସହ ୨୨୦ ଦିନ କାର୍ଯ୍ୟଦିବସ ପୂରଣ ନ ହେଲେ ପରବର୍ତ୍ତୀ ସମୟରେ ସମୂହ ଛୁଟିରେ ଥିବା ଶିକ୍ଷକମାନେ ତାହାକୁ ଭରଣା କରିବେ ବୋଲି ଚିଠିରେ ଦର୍ଶାଯାଇଛି। ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟରେ ପାଠ ପଢ଼ା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଛି । ୪ ଦିନ ଧରି ବିଇଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ପରେ ଗତକାଲିଠାରୁ ସମୂହ ଛୁଟିରେ ଯାଇଛନ୍ତି ପ୍ରାଥମିକ ଶିକ୍ଷକ । ଫଳରେ ରାଜ୍ୟରେ ପ୍ରାଥମିକ ଶିକ୍ଷାରେ ଡୋରି ବନ୍ଧା ହୋଇଛି । ରାଜ୍ୟର ୫୬ ହଜାର ପ୍ରାଥମିକ ସ୍କୁଲରେ ତାଲା ପଡ଼ିବା ସହ ଶିକ୍ଷାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ନିର୍ବାଚନୀ ବର୍ଷରେ ଶିକ୍ଷକଙ୍କ ଏଭଳି ଆନ୍ଦୋଳନ ଏବେ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |