ଆମେରିକାରେ ଆନ୍ଧ୍ର ଛାତ୍ରୀ ମୃତ୍ୟୁ ମାମଲା:ତଦନ୍ତ ଦାବି କଲା ଭାରତ

ନୂଆଦିଲ୍ଲୀ,୧୪ା୯:ଆମେରିକାରେ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ଦାବି କଲା ଭାରତ। ସଡକ ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ନେଇ ଏବେ ଏକ ଭିଡିଓ ପ୍ରକାଶ ପାଇବା ପରେ ଏହି ଦାବି କରାଯାଇଛି। ଧକ୍କା ଦେଇଥିବା କାରରେ ଥିବା ପୁଲିସ କାହିଁକି ଦୁର୍ଘଟଣା ପରେ ହସି ହସି ଥଟ୍ଟା କରୁଥିଲେ, ତାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କରିଛି ଭାରତ। ଦ୍ରୁତଗାମୀ ଆମେରିକୀୟ ପୁଲିସ ଗାଡ଼ି ଧକ୍କାରେ ଜୀବନ ହରାଇଥିବା ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ବିଷୟରେ ସିଆଟିଲ୍‌ ପୁଲିସ ବିଦ୍ରୂପ କରୁଥିବା ‘ବଡିକ୍ୟାମ୍‌ ଫୁଟେଜ୍‌’ ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ସାନ୍‌ ଫ୍ରାନ୍‌ସିସ୍‌କୋସ୍ଥିତ ଭାରତୀୟ କନ୍‌ସୁଲେଟ୍‌ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛି।ଉତ୍ତରପୂର୍ବ ବିଶ୍ବବିଦ୍ୟାଳର ସିଆଟିଲ୍‌ କ୍ୟାମ୍ପସ୍‌ରେ ସ୍ନାତକତ୍ତୋର କରୁଥିବା ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶର ୨୩ ବର୍ଷୀୟ ଜାହ୍ନବୀ କଣ୍ଡୁଲା ଗତ ଜାନୁଆରି ମାସରେ ପୁଲିସ ଅଧିକାରୀ କେବିନ୍‌ ଡେଭ୍‌ ଘଣ୍ଟାପ୍ରତି ୧୨୦ କିଲୋମିଟର୍‌ ବେଗରେ ଚଳାଉଥିବା ପୁଲିସ ଗାଡ଼ି ଧକ୍କାରେ ପ୍ରାଣ ହରାଇଥିଲେ ବୋଲି ‘ସିଆଟିଲ୍‌ ଟାଇମ୍‌ସ୍‌’ ସମ୍ବାଦପତ୍ର ରିପୋର୍ଟ କରିଥିଲା।କିନ୍ତୁ, ଗତ ସୋମବାର ଦିନ ସାମାଜିକ ଗଣମାଧ୍ୟମରେ ପ୍ରାସାରିତ ହୋଇଥିବା ଉକ୍ତ ଦୁର୍ଘଟଣା ପର ସମୟରେ ପୁଲିସ ଅଧିକାରୀମାନଙ୍କ ବିଦ୍ରୂପାତ୍ମକ କଥାବାର୍ତ୍ତାର ଫୁଟେଜ୍‌ ବିଶ୍ବବ୍ୟାପୀ ଭାରତୀୟମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଉଦ୍ରେକ କରାଇଛି।ଉକ୍ତ ‘ଫୁଟେଜ୍‌’ରେ ସିଆଟିଲ୍‌ ପୋଲିସ୍‌ ଅଫିସର୍ସ ଗିଲ୍‌ଡ୍‌’ର ଉପାଧ୍ୟକ୍ଷ ଡାନିଏଲ୍‌ ଅଡରର୍‌ କଣ୍ଡୁଲାଙ୍କ ମୃତ୍ୟୁ ଘଟଣାରେ ତାଚ୍ଛଲ୍ୟ କରି କହୁଛନ୍ତି ଯେ, ତା’ର ମୂଲ୍ୟ ସୀମିତ। ତେଣୁ, ଅଧ୍ୟକ୍ଷ ମାତ୍ର ୧୧,୦୦୦ ଡଲାର୍‌ର ଖଣ୍ଡେ ଚେକ୍‌ ଲେଖି ଦେବା ଉଚିତ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!