ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ହ୍ବିପ୍‌ ଜାରି

ନୂଆଦିଲ୍ଲୀ,୧୪।୯: ଉଭୟ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ କଂଗ୍ରେସ ସେମାନଙ୍କ ନିଜ ନିଜ ଏମ୍‌ପିମାନଙ୍କୁ ହ୍ବିପ୍‌ ଜାରି କରି ୧୮ ରୁ ୨୨ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଉପସ୍ଥିତ ରହିବାକୁ କହିଛନ୍ତି। ଗୁରୁବାର କଂଗ୍ରେସ ଏହାର ଏମ୍‌ପିମାନଙ୍କୁ ସଂସଦରେ ଉପସ୍ଥିତ ରହିବାକୁ ଏବଂ ଦଳର ଆଭିମୁଖ୍ୟକୁ ସମର୍ଥନ କରିବାକୁ କହିଛି। ସେହିପରି ଭାଜପା ହ୍ବିପ୍‌ରେ ନିଜ ଏମ୍‌ପିମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଲ ଉପରେ ଆଲୋଚନା କରିବା ଏବଂ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିବା ପାଇଁ ସଂସଦରେ ଉପସ୍ଥିତ ରହିବାକୁ କହିଛି।ଶକ୍ତି ଓ ସାମର୍ଥ୍ୟକୁ ନେଇ ଚର୍ଚ୍ଚାରେ ରହିଛି ଜାତୀୟ ରାଜନୀତି। ସଂଖ୍ୟା ଗରିଷ୍ଠତାକୁ ନେଇ ଦେଶରେ ଚାଲିଛି ଶହ ଶହ ବର୍ଷର ପୁରୁଣା ଆଇନ ତଥା ନାମ ପରିବର୍ତ୍ତନ। ନିକଟରେ ଗୁରୁତ୍ୱପୂର୍ଣ୍ଣ ଦିଲ୍ଲୀ ସର୍ଭିସ ରୁଲ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ନିଷ୍ପତି ନିଆଯାଇଥିଲା। ସେହିପରି ଦେଶର ଆଇନ ବ୍ୟବସ୍ଥାକୁ ନେଇ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ସଂସଦରେ ଆଲୋଚନା ପରେ ପ୍ରସ୍ତାବ ଗୃହୀତ ହୋଇ ନିଷ୍ପତି ଘୋଷଣା କରାଯାଇଥିଲା। ତେବେ ଆଗକୁ ଆହୁରି ମଧ୍ୟ ବଡ଼ ବଡ଼ ପରିବର୍ତ୍ତନ ହେବା ନେଇ ଆଭାସ ମିଳୁଛି। ଯେପରିକି ଏକ ଦେଶ ଏକ ନିର୍ବାଚନ, ଦେଶର ନାମ ପରିବର୍ତ୍ତନ ପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ସେପ୍ଟେମ୍ବର ୧୮ରୁ ୨୨ ପର୍ୟ୍ୟନ୍ତ ହେବାକୁ ଯାଉଛି ସଂସଦରେ ସ୍ୱତନ୍ତ୍ର ଅଧିବେଶନ। ଏହି ୫ଦିନିଆ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନ ‘ସମ୍ବିଧାନ ସଭା’ରୁ ଆରମ୍ଭ କରି ସଂସଦର ୭୫ ବର୍ଷ ଯାତ୍ରା ଉପରେ ପାଇଁ ବୁଧବାର ଦିନ ସରକାର ବିଶେଷ ଆଲୋଚନା ବ୍ୟବସ୍ଥା କରିଛନ୍ତି। ସେହିପରି ଏହି ବିଶେଷ ଅଧିବେଶନରେ ବିଚାର ଆଲୋଚନା ପାଇଁ ସରକାର ମୁଖ୍ୟ ନିର୍ବାଚନ କମିସନର୍‌ ଓ ଅନ୍ୟାନ୍ୟ ନିର୍ବାଚନ କମିସନର୍‌ ନିଯୁକ୍ତି ସଂକ୍ରାନ୍ତ ବିଲ୍‌ ମଧ୍ୟ ତାଲିକାଭୁକ୍ତ କରିଛନ୍ତି। ସଂସଦର ଏହି ବିଶେଷ ଅଧିବେଶନ ନୂଆ ସଂସଦ ଭବନରେ ଚାଲିବ। ତେବେ ହେବାକୁ ଥିବା ଏହି ସଂସଦର ବିଶେଷ ଅଧିବେଶନରେ ଉପସ୍ଥିତ ରହିବା ଲାଗି ସମସ୍ତ ଦଳୀୟ ସାଂସଦଙ୍କୁ ବିଜେପି ହୁଇପ୍‌ ଜାରି କରିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ବ୍ୟାପାରରେ ଆଲୋଚନା ଓ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିବା ପାଇଁ ‘ବିଜେପି’ ତା’ର ସାଂସଦମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!