ମୁମ୍ବାଇ,୧୪।୯: ମୁମ୍ବାଇ ଏୟାରପୋର୍ଟରେ ପ୍ରବଳ ବର୍ଷା ଯୋଗୁ ବଡ଼ ଅଘଟଣ ଘଟିଛି। ଗୋଟିଏ ଘରୋଇ ଚାର୍ଟାର୍ଡ ବିମାନ ଆଜି ମୁମ୍ବାଇ ଏୟାରପୋର୍ଟରେ ଲ୍ୟାଣ୍ଡ କରୁଥିବା ବେଳେ ରନୱେରୁ ଖସି ଯାଇଛି। ବିମାନଟି ରନୱେରୁ ଖସିବା ପରେ ଦି’ ଖଣ୍ଡ ହୋଇଯିବା ସହ ଏଥିରେ ନିଆଁ ମଧ୍ୟ ଲାଗି ଯାଇଛିମୁମ୍ବାଇ ବିମାନ ବନ୍ଦରରେ ଗୁରୁବାର ଲ୍ୟାଣ୍ଡିଂ କରିବା ସମୟରେ ଏକ ପ୍ରାଇଭେଟ ଚାର୍ଟର୍ଡ ବିମାନ ରନଓ୍ବେରୁ ଖସି ଯାଇଛି। ବିମାନରେ ୬ ଜଣ ଯାତ୍ରୀ ଏବଂ ଦୁଇଜଣ କ୍ରିୟୁ ସଦସ୍ୟ ଥିଲେ। ଡିଜିସିଏ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ। ଡିଜିସିଏ କହିଛି ଯେ ବିଶାଖାପାଟନମରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଭିଏସଆର ଭେଞ୍ଚର୍ସ ଲିୟରର୍ଜେଟ ୪୫ ବିମାନ ଭିଟି-ଡିବିଏଲ ମୁମ୍ବାଇ ବିମାନବନ୍ଦରରେ ରନୱେ ୨୭ରେ ଅବତରଣ କରିବା ସମୟରେ ସ୍କିଡ କରିଥିଲା। ବିମାନରେ ୬ଜଣ ଯାତ୍ରୀ ଏବଂ ୨ଜଣ କ୍ରିୟୁ ସଦସ୍ୟ ଥିଲେ। ପ୍ରବଳ ବର୍ଷା ହେତୁ ଭିଜିବିଲିଟି ମାତ୍ର ୭୦୦ମିଟର ଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ରନଓ୍ବେରୁ ଖସିଯିବା ପରେ ବିମାନଟି ଦୁଇଖଣ୍ଡ ହୋଇଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |