ଠକେଇ ମାମଲାରେ ଫସିଛନ୍ତି ବଲିଉଡ଼ ସୁପରଷ୍ଟାର ଗୋବିନ୍ଦା

ନୂଆଦିଲ୍ଲୀ,୧୪।୯:   ଠକେଇ ମାମଲାରେ ଫସିଛନ୍ତି ବଲିଉଡ଼ ସୁପରଷ୍ଟାର ଗୋବିନ୍ଦା। ଅନଲାଇନରେ ପ୍ରାୟ ୧୦୦୦ କୋଟି ଟଙ୍କା ସୋଲାର ଟେକ୍ନୋ ଏଲାୟନ୍ସ(ଏସଟିଏ-ଟୋକେନ୍‌)ରେ ବିନିଯୋଗ କରି ଠକାମୀର ଶିକାର ହୋଇଛନ୍ତି ଲକ୍ଷାଧିକ ଲୋକ। କୋଟି କୋଟି ଟଙ୍କାର ଏହି କ୍ରିପ୍ଟୋ-ପୋଞ୍ଜି ଠକେଇ ମାମଲାରେ ଖୁବଶୀଘ୍ର ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗୋବିନ୍ଦାଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି।୨ଲକ୍ଷରୁ ଅଧିକ ଲୋକେ ପ୍ରାୟ ହଜାର କୋଟି ଟଙ୍କା ଅନଲାଇନରେ ସୋଲାର ଟେକ୍ନୋଲୋଜି ଆଲିଆନ୍ସ (ଏସଟିଏ)ରେ ବିନିଯୋଗ କରି ଠକେଇର ଶିକାର ହୋଇଛନ୍ତି। ଲୋକଙ୍କ ଠାରୁ ଏହି ଟଙ୍କା ଠକେଇ ମାମଲାର ଖୁବଶୀଘ୍ର ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗୋବିନ୍ଦାଙ୍କୁ ଜେରା କରିବ ।ଇଓଡବ୍ଲୁର ଇନ୍ସପେକ୍ଟର ଜେ‌ନେରାଲ ଜେଏନ୍ ପଙ୍କଜ କହିଛନ୍ତି, ‘ଜୁଲାଇରେ ଗୋଆଠାରେ ଆୟୋଜିତ ହୋଇଥିବା ସୋଲାର ଟେକ୍ନୋଲୋଜି ଆଲିଆନ୍ସର ଲଞ୍ଚ୍ କାର୍ଯ୍ୟକ୍ରମରେ ଗୋବିନ୍ଦା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ଠକ ସଂସ୍ଥାରେ ବିନିଯୋଗ ପାଇଁ ଗୋବିନ୍ଦା ଲୋକଙ୍କୁ ଉତ୍ସାହିତ କରିଥିଲେ।ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଏ ସମ୍ପର୍କରେ ପଚରାଉଚରା କରାଯିବ। ଏ ସଂକ୍ରାନ୍ତରେ ଖୋଳତାଡ଼ ପାଇଁ ଖୁବଶୀଘ୍ର ଏକ ସ୍ବତନ୍ତ୍ର ଟିମ୍ ମୁମ୍ବଇ ଯିବ। ତେବେ ଯାଞ୍ଚ ଶେଷ ନହେବା ପର୍ଯ୍ୟନ୍ତ ଗୋବିନ୍ଦାଙ୍କୁ ସନ୍ଦିଗ୍ଧ କି ଅଭିଯୁକ୍ତ ବୋଲି କୁହାଯାଇପାରିବ ନାହିଁ। ଯାଞ୍ଚ ଶେଷ ହେବା ପରେ ଏହି ଘଟଣାରେ ତାଙ୍କ ସମ୍ପୃକ୍ତି ବିଷୟରେ ପ୍ରକୃତ ତଥ୍ୟ ଜଣାପଡ଼ିବ।ଭଦ୍ରକ, କେନ୍ଦୁଝର, ବା‌ଲେଶ୍ବର, ମୟୂରଭଞ୍ଜ ଏବଂ ଭୁବନେଶ୍ୱରର ୧୦,୦୦୦ ଲୋକଙ୍କଠାରୁ କମ୍ପାନୀ ୩୦ କୋଟି ଟଙ୍କା ସଂଗ୍ରହ କରିଥିବା ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହିତ ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ, ଝାଡଖଣ୍ଡ ସମେତ ଅନ୍ୟାନ୍ୟ ରାଜ୍ୟର ନିବେଶକ ଏହି ସଂସ୍ଥାରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!