ନୂଆଦିଲ୍ଲୀ,୧୫ା୯ : ଆସନ୍ତା ୧୭ ତାରିଖରେ ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗର ଏବଂ ଶିଳ୍ପୀ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା ପାରମ୍ପରିକ ଶିଳ୍ପରେ ନିୟୋଜିତ କାରିଗର ମାନଙ୍କୁ ସହାୟତା ପ୍ରଦାନ କରିବା ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରିବ। ‘ପିଏମ୍ ବିଶ୍ୱକର୍ମା’ ଯୋଜନା ପାଇଁ କେନ୍ଦ୍ର ସରକାର ୧୩,୦୦୦ କୋଟି ଟଙ୍କାର ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଇ ଦେବେ। ‘ପିଏମ୍ ବିଶ୍ୱକର୍ମା’ ର ପରିସର ବେଶ ବ୍ୟାପକ ଏବଂ ଏହା ୧୮ଟି କାରିଗରୀ ଶିଳ୍ପକୁ ଅନ୍ତର୍ଭୁକ୍ତ କରିବ । ପିଏମ୍ ବିଶ୍ୱକର୍ମା ସାର୍ଟିଫିକେଟ୍ ଏବଂ ପରିଚୟ ପତ୍ର ଜରିଆରେ ବିଶ୍ୱକର୍ମା ମାନଙ୍କୁ ମାନ୍ୟତା ଦିଆଯିବ। ଦକ୍ଷତା ବିକାଶ ପାଇଁ ବିଶ୍ୱକର୍ମା ମାନଙ୍କୁ ଋଣ ସହାୟତା ଓ ପ୍ରଶିକ୍ଷଣ ଦିଆଯିବ|କାରିଗର ଏବଂ ଶିଳ୍ପୀ ମାନଙ୍କର ଉତ୍ପାଦ ଏବଂ ସେବାର ଗୁଣବତ୍ତା ତଥା ପ୍ରସାରରେ ଉନ୍ନତି ଆଣିବା ଏବଂ ସେମାନଙ୍କୁ ଘରୋଇ ଏବଂ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳ ସହିତ ସମନ୍ୱିତ କରିବାକୁ ସୁନିଶ୍ଚିତ କରିବା ହେଉଛି ପିଏମ୍ ବିଶ୍ୱକର୍ମା ଯୋଜନାର ମୁଖ୍ୟ ଲକ୍ଷ୍ୟ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |