ଭୁବନେଶ୍ୱର,୧୫ା୯: ୧୫ ଦଫା ଦାବି ନେଇ ରାଜରାସ୍ତାରେ ସରପଞ୍ଚ । ଜଣେ ସାଧାରଣ ମଜୁରିଆ ଦିନକୁ ୩୪୫ ଟଙ୍କା ପାଉଥିବା ବେଳେ ସରପଞ୍ଚ ୨୪ ଘଣ୍ଟା ଖଟିକି ୮୦ ଟଙ୍କା ପାଉଛି ବୋଲି କହିଲେ ଜଣେ ଆନ୍ଦୋଳନକାରୀ ସରପଞ୍ଚ । ରାଜ୍ୟର ସମସ୍ତ ସରପଞ୍ଚ ଆଜି ଭୁବନେଶ୍ଵରରେ ଏକାଠି ହୋଇ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାରେ ବସିଛନ୍ତି ।ରାଜ୍ୟର ସମସ୍ତ ସରପଞ୍ଚ ଆଜି ଭୁବନେଶ୍ୱରରେ ଏକାଠି ହୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଅନୁଯାୟୀ ସରପଞ୍ଚଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଉ । ବିପର୍ଯ୍ୟୟ ଭଳି ଜରୁରୀକାଳୀନ ଖର୍ଚ୍ଚ ଲାଗି ସରପଞ୍ଚଙ୍କ ଲାଗି ହାତ ପାଣ୍ଠି ରଖିବାକୁ ଦାବି କରିଛନ୍ତି ।ସରପଞ୍ଚଙ୍କ ପେନସନ ୨ ହଜାର ୩୫୦ ଟଙ୍କାରୁ ୩୦ ହଜାର ଟଙ୍କା କରାଯାଉ। ଏ ସମସ୍ତ ଦାବି ନେଇ ୨ ମାସ ତଳେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଥିଲେ । କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଇନଥିବାରୁ ଆଜିଠାରୁ ରାଜ୍ୟର ସମସ୍ତ ସରପଞ୍ଚ ଭୁବନେଶ୍ୱରରେ ଗଣଧାରଣାରେ ବସି ବିକ୍ଷୋଭ କରୁଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |