କଟକ,୧୬ା୯ : ଆଜି ଅପରାହ୍ନ ୪ଟା ୩୦ରେ ମୁଖ୍ୟମନ୍ତ୍ରୀ କଟକ ନେତାଜୀ ବସ ଟର୍ମିନାଲ ଉଦଘାଟନ କରିବେ । ଖାନନଗରସ୍ଥିତ ସିଏନବିଟିକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯିବ । ବାଦାମବାଡ଼ି ବସ୍ ଷ୍ଟାଣ୍ଡ୍ର ୫୧ ବର୍ଷର ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ପଡ଼ିଯିବ। ଏନେଇ ସମସ୍ତ ପ୍ରସ୍ତୁତି ହୋଇଯାଇଛି । ଖାନନଗରରେ କଟକ ନେତାଜୀ ବସ୍ ଟର୍ମିନାଲ (ସିଏନ୍ବିଟି)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବା ପରେ ବସ୍ଷ୍ଟାଣ୍ଡ ଭାବେ ବାଦାମବାଡ଼ିର ପରିଚୟ ବଦଳି ଯିବ। ସିଏନ୍ବିଟିକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବା ପରେ ୧୭ ତାରିଖରୁ ବାଦାମବାଡ଼ି ବସ୍ ଷ୍ଟାଣ୍ଡ ପରିବର୍ତ୍ତେ ସିଏନ୍ବିଟିରୁ ବସ୍ ଚଳାଚଳ କରିବ। ଏହାକୁ ୧୬ ଏକରରୁ ଅଧିକ ଅଞ୍ଚଳରେ ନିର୍ମାଣ କରାଯାଇଛି । ଏହି ବସ ଟର୍ମିନାଲରେ ପ୍ରାୟ ୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସୂଚନା ମିଳିଛି ।ଏହି ବ୍ୟବସ୍ଥା କଟକ ସହରକୁ ଏକ ନୂଆ ପରିଚୟ ଦେବ ବୋଲି କୁହାଯାଇଛି । ଏହି ବସ ଟର୍ମିନାଲକୁ କଟକର ବାଦାମବାଡି, ଅନୁଗୁଳ, ପୁରୀ ଆଦି ସମସ୍ତ ବସ ଷ୍ଟାଣ୍ଡ ଏଠାକୁ ସ୍ଥାନାନ୍ତରିତ ହେବ । ଏଠାରେ ଯାତ୍ରୀ ମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି । ଏହି ଟର୍ମିନାଲରେ ଏକ ମୁଖ୍ୟ ଆକର୍ଷଣ ରହିଛି । ଏଠାରେ ଆହାର କେନ୍ଦ୍ର ସହ ପଞ୍ଚ ତାରକା ରେଷ୍ଟୁରାଣ୍ଡ ମଧ୍ୟ ସୃଷ୍ଟି କରୁଛି । ଏହି ସବୁ କାର୍ଯ୍ୟରେ ୫ କୋଟିର ଟଙ୍କାର ବ୍ୟୟ ହେଉଛି । ଏହାକୁ ନିର୍ମିତ କରିବା ପାଇଁ ମିଶନ ଶକ୍ତିର ସଦସ୍ୟମାନଙ୍କୁ ନିୟୋଜିତ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |