ଶ୍ରୀମନ୍ଦିରରେ ଜାତିଆଣ ବିବାଦ: ୭ ଘଣ୍ଟା ଉପାସ ରହିଲେ ମହାପ୍ରଭୁ

ପୁରୀ,୧୬ା୯ : ଶ୍ରୀମନ୍ଦିରରେ ଜାତିଆଣକୁ ନେଇ  ବିବାଦ ଦେଖାଦେଇଛି। ସିଂହାରୀ ନିଯୋଗର ଏହି ବ୍ୟକ୍ତିଗତ କଳି ପାଇଁ   ମହାପ୍ରଭୁ ୭ ଘଣ୍ଟା ଅଖିଆଅପିଆ ରହିଛନ୍ତି। ଜାତି ପ୍ରସଙ୍ଗ ନେଇ ଯେଉଁ ସିଂହାରୀ ସେବାୟତଙ୍କୁ ନିଯୋଗ ବିରୋଧ କରୁଥିଲା, ସେ ରତ୍ନ ସିଂହାସନରୁ ଓହ୍ଲାଇବା ସହ ବଡ଼ ମହାସ୍ନାନ ପରେ ନୀତିକାନ୍ତି ସ୍ବାଭାବିକ ହୋଇଛି। ଏଥିପାଇଁ ସକାଳେ ହେବାକୁ ଥିବା ନୀତିକାନ୍ତି ସଂଧ୍ୟାରେ ସଂପନ୍ନ ହୋଇଛି। ସକାଳ ଜଳଖିଆ ମହାପ୍ରଭୁ ସଂଧ୍ୟାରେ ଖାଇଛନ୍ତି। ସୂର୍ଯ୍ୟ ଉଦୟ ବେଳେ ହେବାକୁ ଥିବା ସୂର୍ଯ୍ୟପୂଜା ସୂର୍ଯ୍ୟାସ୍ତ ପରେ ସଂପନ୍ନ ହୋଇଛି। ସେପଟେ   ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ନୀତି, ନାରାୟଣ ଠାକୁରଙ୍କ ସାଗର ବିଜେ ନୀତି, ବସ୍ତ୍ରହରଣ ଲୀଳା ଆଦି ଥିଲା। ନୀତିକାନ୍ତି ବିଳମ୍ବ ଯୋଗୁ ଏହି ସ୍ବତନ୍ତ୍ର   ନୀତିରେ ବିଭ୍ରାଟ ଘଟିଛି। ଏପରିକି ଦୁଇଥର ବଡ଼ ମହାସ୍ନାନ କରାଯାଇଛି। ଫଳରେ ଦାରୁଦିଅଁଙ୍କୁ ଦୀର୍ଘ ୭ଘଣ୍ଟା ଉପବାସ ରହିବାକୁ ପଡ଼ିଛି। ସେହିପରି ଜଗତ ଠାକୁରଙ୍କ ଦର୍ଶନ ଓ ମହାପ୍ରସାଦ ନ ପାଇ ଅନେକ ଭକ୍ତଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି। ଜଣେ ସେବାନିବୃତ୍ତ ସିଂହାରୀ ସେବକଙ୍କ ପାଇଁ ନୀତିରେ ବିଭ୍ରାଟ ଉପୁଜିଥିବା କୁହାଯାଉଥିବାବେଳେ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ବୟ ଅଭାବକୁ ଭକ୍ତମାନେ ଦାୟୀ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଣେ ସେବାନିବୃତ୍ତ ସେବାୟତ କିପରି ରତ୍ନସିଂହାସନ ପର୍ଯ୍ୟନ୍ତ ପହଞ୍ଚିଲେ  ଏବଂ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, କମାଣ୍ଡର କିମ୍ବା ଜେଟିପି କେହି ଜାଣିପାରିଲେ ନାହିଁ  । ଏ ନେଇ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଭକ୍ତ ଓ ସେବାୟତଙ୍କ ପକ୍ଷରୁ ଦାବି ହେଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!