ଆଜି ନୂଆ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୧୭ା୯: ଆଜି ନୂଆ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ  କଲେ  ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼।ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ରବିବାର ନୂତନ ସଂସଦ ଗୃହରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସଂସଦର ସ୍ବତନ୍ତ୍ର ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ସଂସଦୀୟ ପ୍ରକ୍ରିୟା ପୁରୁଣାରୁ ନୂତନ କୋଠାକୁ ସ୍ଥାନାନ୍ତର କରାଯିବ। ଏଭଳି ପରିସ୍ଥିତିରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ନୂତନ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଲୋକସଭା ସଚିବାଳୟ କହିଛି ଧନଖର ନୂତନ ସଂସଦ ଭବନର ଗଜ ଦ୍ୱାର ଉପରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଭି ମୁରଲୀଧରନ ଏବଂ ରାଜ୍ୟସଭା ଓ ଲୋକସଭାର ବିଭିନ୍ନ ଦଳର ନେତା ମଧ୍ୟ ଉପସ୍ଥିତ ଥିଲେ।ଏହି ଅବସରରେ ବାଚସ୍ପତି ଓମ୍ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ଭି ମୁରଳୀଧନରଙ୍କ ସମେତ ଉଭୟ ସଦନ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଉପସ୍ଥିତ ଥିଲେ। ଗଣେଶ ପୂଜାଠାରୁ ନୂଆ ସଂସଦ ଭବନରେ ଅଧିବେଶନ ଆରମ୍ଭ ହେବ। ଆସନ୍ତାକାଲି(ସେପ୍ଟେମ୍ବର 18)ରୁ 22 ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ। ପୁରୁଣା ଭବନରେ ପ୍ରଥମ ଦିନର ଅଧିବେଶନରେ ଆଲୋଚନା ହେବ। ଏହାପର ଦିନ ଗଣେଶ ପୂଜାରେ ନୂଆ ସଂସଦ ଭବନରେ ଅଧିବେଶନ ଚାଲିବ।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!