ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ତମ ଜନ୍ମଦିନ,ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମନ୍ତ୍ରୀ ଓ ରାଜନେତା

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ   ତାଙ୍କର ୭୩ତମ ଜନ୍ମଦିବସ ପାଳନ କରିବାକୁ ଯାଉଛନ୍ତି।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ। ଆଜି ମୋଦିଙ୍କ ଜନ୍ମଦିନ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ସେଲିବ୍ରେସନ୍ କରାଯିବା ସହ ଅନ୍ୟାନ୍ୟ ଅନୁଷ୍ଠାନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରିଛନ୍ତି।୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟ ଭାଡ଼ନଗରରେ ଜଣେ ସାଧାରଣ ଗୁଜରାଟୀ ପରିବାରରେ ଜନ୍ମ ନେଇଥିଲେ ମୋଦି। ଜଣେ ସାଧାରଣ ଚା’ ବିକାଳୀରୁ ଦେଶର ପ୍ରଧାନମନ୍ତ୍ରୀ ହେବାର ତାଙ୍କ ଯାତ୍ରା ଥିଲା ବେଶ୍ କଠିନ ଓ ରୋଚକ। ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ସେ ନିଜକୁ ପରିଚତ କରିଛନ୍ତି।ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୩ତମ ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମନ୍ତ୍ରୀ ଓ ରାଜନେତାମାନେ ଶୁଭେଚ୍ଛା ଜଣାଇଛନ୍ତି। ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଏକ୍ସ୍‌’ କରିଛନ୍ତି: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମୋର ଶୁଭେଚ୍ଛା ‌ଏହି ଯେ, ନିଜ ଦୂରଦୃଷ୍ଟି ତଥା ସୁଦୃଢ଼ ନେତୃତ୍ବଦ୍ବାରା ଆପଣ ‘ଅମୃତ କାଳ’ରେ ଭାରତର ସମଗ୍ର ବିକାଶର ପଥ ପ୍ରଶସ୍ତ କରନ୍ତୁ। ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣ ସବୁବେଳେ ସୁସ୍ଥ ଓ ଆନନ୍ଦରେ ରୁହନ୍ତୁ ଓ ଆପଣଙ୍କ ଅପ୍ରତିମ ନେତୃତ୍ବ ବଳରେ ଦେଶବାସୀଙ୍କୁ ଲାଭବାନ କରୁଥାଆନ୍ତୁ।କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।  ରାହୁଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା।ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନବ ଭାରତର ନିର୍ମାତା କହି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦେଶର ପ୍ରାଚୀନ ଐତିହ୍ୟ ଆଧାର ଉପରେ ସେ ମହାନ୍‌ ଓ ଆତ୍ମନିର୍ଭରଶୀଳ ଭାରତର ସୁଦୃଢ଼ ମୂଳଦୁଆ ପକାଇଛନ୍ତି। ଦଳର ସଙ୍ଗଠନ ହେଉ କି, ସରକାର ହେଉ, ମୋଦୀଜୀଙ୍କଠାରୁ ଆମେ ସଦାସର୍ବଦା ଦେଶର ସ୍ବାର୍ଥ ବଡ଼ ବୋଲି ପ୍ରେରଣା ପାଉ। ଏଭଳି ନେତାଙ୍କ ନେତୃତ୍ବରେ ଦେଶସେବା କରିବାକୁ ମୁଁ ସୌଭାଗ୍ୟ ମଣୁଛି।ଜନ୍ମଦିନ ଶୁଭେଚ୍ଛାରେ ‘ବିଜେପି’ ଅଧ୍ୟକ୍ଷ ଜଗତ୍‌ ପ୍ରକାଶ ନଡ୍ଡା କହିଛନ୍ତି, ଭାରତୀୟ ସଂସ୍କୃତିର ବୈଶ୍ବିକ ପ୍ରତିଷ୍ଠା, ଜନସାଧାରଣଙ୍କ ସାମଗ୍ରିକ ବିକାଶ ଓ ଦେଶର ସାର୍ବଭୌମିକ ଉତ୍କର୍ଷକୁ ଆପଣ ସାକାର ରୂପ ପ୍ରଦାନ କରିଛନ୍ତି। ଆମର ଲକ୍ଷ୍ୟ ‘ଅନ୍ତ୍ୟୋଦୟ’ ପ୍ରତ୍ୟେକ ଗାଁ ଓ ସମାଜର ସବୁ ଶ୍ରେଣୀରେ ପହଞ୍ଚି ‘ବିକଶିତ ଭାରତ’ର ସଙ୍କଳ୍ପ ସିଦ୍ଧିର ମନ୍ତ୍ର ପାଲଟି ଯାଇଛି।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, ମୋଦୀ ଖାଲି ଭାରତକୁ ନୂଆ ପରିଚୟ ଦେଇ ନାହାନ୍ତି, ବିଶ୍ବର ଭାରତର ମର୍ଯ୍ୟାଦା ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତ ବିକାଶକୁ ନୂତନ ଶିଖରକୁ ନେଇଯାଇଛନ୍ତି। ମୁଁ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଟ୍ଵିଟ୍ କରି ଲେଖିଛନ୍ତି, ବିଶ୍ଵର ସର୍ବାଧିକ ଲୋକପ୍ରିୟ ନେତା ଓ ସମସ୍ତଙ୍କ ପାଇଁ ପ୍ରେରଣାସ୍ରୋତ ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ଆପଣଙ୍କ ସେବା ଓ ସମର୍ପଣ ଦ୍ଵାରା ବିଗତ ୯ ବର୍ଷରେ ଦେଶବାସୀଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି ତାକୁ ପୂରା ବିଶ୍ଵ ଅନୁଭବ କରିଛି। ଏହାସହ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାଉ କାମନା ସହ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ସବୁବେଳେ ରହିବା ନେଇ ପ୍ରାର୍ଥନା କରିଛନ୍ତି।ଆଜି ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କେତେଗୁଡ଼ିଏ ବିକାଶମୂଳକ ଉପକ୍ରମର ଶୁଭାରମ୍ଭ କରିବେ। ଆଜି ‘ବିଶ୍ବକର୍ମ ଜୟନ୍ତୀ’ ପଡୁଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କର ଆକାଙ୍‌କ୍ଷୀ ଯୋଜନା ‘ପି.ଏମ୍‌. ବିଶ୍ବକର୍ମା’ର ଶୁଭାରମ୍ଭ କରିବେ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!