ଆଜି ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭।୯ :ବିଶ୍ୱକର୍ମାଠାରୁ ଆରମ୍ଭ ହେବ ବିଶ୍ୱକର୍ମା ଯୋଜନା।ଆଜି ବିଶ୍ୱକର୍ମା ପୂଜା। ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜୟନ୍ତୀ। ଆଜିର ଦିନରେ ବିଭିନ୍ନ ଅନୁଷ୍ଠାନ ତଥା ବିଭିନ୍ନ ସଂସ୍ଥା ଗୁଡ଼ିକରେ ଦେବଶିଳ୍ପୀଙ୍କ ପୂଜାର୍ଚ୍ଚନା କରାଯିବ। ଶିଳ୍ପ ଅନୁଷ୍ଠାନରୁ ଆରମ୍ଭ କରି ଛୋଟବଡ଼ ଦୋକାନ, ମଲ୍, କଳକାରଖାନା ସବୁଠି ଦେବଶିଳ୍ପୀଙ୍କର ଆରଧାନା କରାଯିବ। ଯିଏ ଯେଉଁ ବୃତ୍ତିରେ ଥାଉ ନିଜ ନିଜ ବୃତ୍ତି ଆଧାରରେ ଦେବଶିଳ୍ପୀଙ୍କୁ ଆଜି ପୂଜାର୍ଚ୍ଚନା କରୁଛନ୍ତି। ବିଶ୍ୱକର୍ମା ସଂସାର ଗଢ଼ି ଥିବାରୁ ସବୁ କାରିଗରଙ୍କ ବି ସେ ହେଉଛନ୍ତି ପ୍ରମୁଖ ଦେବତା। ଏହି ଯୋଜନାରେ ପାରମ୍ପରିକ କାରିଗର, କୌଳିକ ବୃତିଧାରୀ ଓ ଶିଳ୍ପୀକାରଙ୍କ ୧୮ଟି ବର୍ଗଙ୍କୁ ସାମିଲ କରାଯିବ । ଆସନ୍ତା କାଲି ବିଶ୍ୱକର୍ମା ପୂଜା। ଯାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି ବିଶ୍ୱକର୍ମା ପୂଜା ଆମ ପାଇଁ ଅନେକ ମହତ୍ତ୍ୱ ପୂର୍ଣ୍ଣ ଅଟେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମର ପାରମ୍ପରିକ କାରୀଗର ,କୌଳିକ ବୃତିଧାରୀ, ଶିଳ୍ପକାରିଗରମାନଙ୍କୁ କୌଶଳ, ସମର୍ଥନ, ସମ୍ମାନ ଏବଂ ଶସକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକର୍ମା ଯୋଜନା ଉଦଘାଟନ କରିବାକୁ ଯାଉଛନ୍ତି। ଏହି ଯୋଜନା ମାଧ୍ୟମରେ ଆସନ୍ତା ୫ ବର୍ଷରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦ୍ର ସରକାର ପିଏମ୍ ବିଶ୍ୱକର୍ମା ଯୋଜନାକୁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ସ୍କିମ୍ ମାଧ୍ୟମରେ କୌଳିକ ବୃତ୍ତିଧାରୀଙ୍କୁ ପିଏମ୍ ବିଶ୍ୱକର୍ମା ସାର୍ଟିଫିକେଟ୍ ଏବଂ ପରିଚୟ ପତ୍ର, ମୌଳିକ ଓ ଉନ୍ନତ ଦକ୍ଷତା ବିକାଶ ପ୍ରଶିକ୍ଷଣ ସହିତ ୧୫,୦୦୦ ଟଙ୍କାର ଟୁଲକିଟ୍ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ୫% ସୁଧ ହାରରେ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହାୟତା ଦିଆଯିବାର ମଧ୍ୟ ସୁବିଧା ରହିଛି। ସେହିଭଳି ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ ଏବଂ ମାର୍କେଟିଂ ସହାୟତାପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।  ଏହା ରାଷ୍ଟ୍ର ନିର୍ମାଣରେ ଗୁରୂତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଲକ୍ଷ ଲକ୍ଷ ଶିଳ୍ପ କାରିଗରମାନଙ୍କ ପାଇଁ ମୋଦିଙ୍କ ଉପହାର ଅଟେ। ଆସନ୍ତାକାଲି ଲଞ୍ଚ ପୂର୍ବରୁ ପ୍ରସ୍ତୁତିର ନିରୀକ୍ଷଣ କରିବା ପାଇଁ ୟଶୋଭୂମି ଏବଂ ଦ୍ୱାରିକା ଗସ୍ତରେ ଅଛନ୍ତି। ଯାହାକୁ ନେଇ ଟ୍ୱିଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!