କଲମ୍ବୋ,୧୭।୯ : ଆଜି ଏସିଆ କପ୍ ୨୦୨୩ର ଫାଇନାଲ ମ୍ୟାଚ୍ ଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଭାରତ-ଶ୍ରୀଲଙ୍କା। ମ୍ୟାଚ୍ ଆରମ୍ଭ ପୂର୍ବରୁ ଟସ୍ ପକାଯାଇଥିବା ବେଳେ ଶ୍ରୀଲଙ୍କାର ସ୍କିପର ଦାସୁନ ଶନାକା ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଆଜି ମ୍ୟାଚ୍ ଅଧାରୁ ବର୍ଷା ହେଲେ ରିଜର୍ବ ଡେ’ ଘୋଷଣା କରାଯାଇ ସୋମବାର ମ୍ୟାଚ୍ ପୁଣି ଥରେ ଖେଳାଯିବ। ଏସିଆ କପ ଫାଇନାଲ ମ୍ୟାଚ ରବିବାର ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଭାରତ ଶ୍ରୀଲଙ୍କା ଟାଇଟଲ ହାସଲ କରିବାକୁ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବୋଲିଂ ପାଇଁ ପଡ଼ିଆକୁ ଓହ୍ଲାଇଛି। ତେବେ ଫାଇନାଲରେ ମଧ୍ୟ ବର୍ଷା ସଙ୍କଟ ରହିଛି। ପାଣିପାଗ ରିପୋର୍ଟ ଅନୁଯାୟୀ, ରବିବାର କଲମ୍ବୋରେ ଓଭରକାଷ୍ଟ ସ୍ଥିତି ରହିବ। ଏହାର ଅର୍ଥ ପାଗ ମେଘୁଆ ହେବ। ସକାଳେ କିଛି ଅଂଶରେ ବର୍ଷା ହୋଇଥିଲା ଏବଂ ଅପରାହ୍ନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଖବର ଅନୁଯାୟୀ, କଲମ୍ବୋରେ ରବିବାର ୯୦ ପ୍ରତିଶତ ବର୍ଷା ଏବଂ ବଜ୍ରପାତର ୫୪ ପ୍ରତିଶତ ସମ୍ଭାବନା ରହିଛି। ସ୍ଥାନୀୟ ସମୟ ଅନୁଯାୟୀ, ପୂର୍ବାହ୍ନ ୧୦ ଟା, ଅପରାହ୍ନ ୧ ଟା, ସନ୍ଧ୍ୟା ୬ ଟା, ସନ୍ଧ୍ୟା ୮ ଟା ଏବଂ ରାତ୍ର ୧୦ ଟା ସମୟରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ହେଲେ ଶ୍ରୀଲଙ୍କା ବ୍ୟାଟର ପଡ଼ିଆକୁ ଓହ୍ଲାଇ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ୯ ଓଭର ଖେଳ ସୁଦ୍ଧା ଶ୍ରୀଲଙ୍କା ୩୦ ରନ୍ କରି ୬ ଉଇକେଟ ହରାଇ ସଙ୍କଟରେ ପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |