ଖବରକାଗଜ କାର୍ଯ୍ୟାଳୟରେ ଇଓଡବ୍ଲ୍ୟୁ

ଭୁବନେଶ୍ବର,,୧୮।୯ : ଭୁବନେଶ୍ବର ରସୁଲଗଡ଼ସ୍ଥିତ ଏକ ଦୈନିକ ଖବରକାଗଜ କାର୍ଯ୍ୟାଳୟରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପକ୍ଷରୁ ଚଢାଉ କରାଯାଇଛି। ଋଣ ଠକେଇ ମାମଲାରେ ଏହି ଚଢାଉ କରାଯାଇଥିବା ଜଣାପଡ଼ିଛି। ଇଓଡବ୍ଲ୍ୟୁ ଅଧିକାରୀମାନେ କାର୍ଯ୍ୟାଳୟର ମାନବସମ୍ବଳ ବିଭାଗ ଅଧିକାରୀଙ୍କୁ ପଚରାଉଚରା କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି। ତେବେ ଉକ୍ତ ଖବରକାଗଜ ମାଲିକ ଶାସକ ଦଳର ଜଣେ ବିଧାୟକ ଥିବା ସୂଚନା ମିଳିଛି | ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ନିଜର ଏକ ସଂପାଦକୀୟ ମାଧ୍ୟମରେ ‘ସଚିବ ବଡ଼ ନା ମନ୍ତ୍ରୀ ବଡ଼’ ଭଳି ନ୍ୟାୟୋଚିତ ଓ ପ୍ରାସଙ୍ଗିକ ପ୍ରଶ୍ନ ଉଠାଇବା ପରେ ପ୍ରଶାସନିକ ଆକ୍ରୋଶର ଶିକାର ହୋଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!