ଭାରତକୁ ଝଟ୍‌କା, ପାକିସ୍ତାନ ୱାନ୍ ଡେ’ରେ ନମ୍ବର ୱାନ

ନୂଆଦିଲ୍ଲୀ,୧୮।୯:ଏସିଆ କପ୍‌ର ସୁପର ୪ରେ ସବୁଠାରୁ ତଳେ ଥିବା ପାକିସ୍ତାନ ଆଇସିସି ର‌୍ୟାଙ୍କିଙ୍ଗରେ ବଡ ସଫଳତା ପାଇଛି । ଭାରତକୁ ଆଇସିସି ୱାନ ଡେ’ ର‌୍ୟାଙ୍କିଙ୍ଗରେ ବଡ ଝଟକା ଲାଗିଛି । କାରଣ ପାକିସ୍ତାନ କ୍ରିକେଟ ଟିମ୍ ପୁଣି ଥରେ ୱାନ ଡେ’ର ନମ୍ବର ୱାନ ଟିମ୍ ପାଲଟିଯାଇଛି ।ରୋହିତ ଶର୍ମାଙ୍କ ଅଧିନାୟିକତ୍ୱ ଭାରତୀୟ କ୍ରିକେଟ ଦଳ ଏସିଆ କପ୍‌ ୨୦୨୩ ଟାଇଟଲ ଜିତିବାରେ ସଫଳ ହୋଇଛି। ଟାଇଟଲ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୧୦ ଉଇକେଟ୍‌ରେ ପରାସ୍ତ କରିଛି, କିନ୍ତୁ ଏହି ବିଜୟ ପରେ ମଧ୍ୟ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତକୁ ବଡ ଝଟକା ଲାଗିଛି। ପାକିସ୍ତାନ କ୍ରିକେଟ ଦଳ ପୁଣି ଥରେ ଦିନିକିଆରେ ନମ୍ବର ଓ୍ବାନ ଦଳ ହୋଇଛି।ଏସିଆ କପ୍‌ର ସୁପର ଫୋର୍‌ରେ ତଳେ ଥିବା ପାକିସ୍ତାନ ଆଇସିସି ର଼୍ୟାଙ୍କିଙ୍ଗରେ ବଡ ରେକର୍ଡ ହାସଲ କରିଛି। ଦକ୍ଷିଣ ଆଫ୍ରିକାର ବିଜୟରୁ ପାକିସ୍ତାନ ବହୁତ ଲାଭ କରିଛି। ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚରେ ଆଫ୍ରିକା ୧୨୨ ରନ୍‌ରେ ଚମତ୍କାର ବିଜୟ ପଞ୍ଜିକରଣ କରି ଦିନିକିଆ ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ତୃତୀୟ ସ୍ଥାନକୁ ଠେଲି ଦେଇଛି ଏବଂ ପାକିସ୍ତାନ ପୁଣିଥରେ ଦିନିକିଆରେ ନମ୍ବର ଓ୍ବାନ ଦଳ ହେବାରେ ସଫଳ ହୋଇଛିଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଟିମ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ୧୧୪.୬୫୯ ରେଟିଂ ରହିଥିବା ବେଳେ ଏକ ନମ୍ବର ସ୍ଥାନରେ ଥିବା ପାକିସ୍ତାନ ଦଳର ୧୧୪.୮୮୯ ରେଟିଂ ରହିଛି। ଏସିଆ କପ୍‌ ପରେ ଟିମ ଇଣ୍ଡିଆ ୨୨ ସେପ୍ଟେମ୍ବରରୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ ଖେଳିବ। ଏହି ସିରିଜ ମାଧ୍ୟମରେ ଭାରତୀୟ ଦଳ ଏକ ନମ୍ବର ସ୍ଥାନ ହାସଲ କରିପାରେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!