ଭୁବନେଶ୍ବର,୧୮।୯: ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ। ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି। ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଶିକ୍ଷକ ସଂଘ ସହ ଆଲୋଚନା ପରେ ଦାବୀ ପୂରଣ ପାଇଁ ସରକାର ଡିସେମ୍ବର ଯାଏ ସମୟ ମାଗିଛନ୍ତି। ଏହି ସମୟ ଅବଧି ମଧ୍ୟରେ ଦାବୀ ପୂରଣ ହେବା ନେଇ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ମହାସଚିବ ସୂଚନା ଦେଇଛନ୍ତି। ଦୀର୍ଘ ୧୦ ଦିନ ଧରି ଚାଲିଥିବା ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନକୁ ଆଜି ସ୍ଥଗିତ ରଖାଯାଇଛି | କିଛିଦିନ ପାଇଁ ଆନ୍ଦୋଳନ ସ୍ଥଗିତ ରଖିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି | ଆନ୍ଦୋଳନ ସ୍ଥଗିତ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଘୋଷଣା କରାଯାଇଛି | ଉଲ୍ଲେଖ ଥାଉ କି ଗ୍ରେଡ୍ ପେ’ ବୃଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ ଓ ୨୦୧୭ରୁ ପୁରୁଣା ପେନସନ ଲାଗୁ କରିବା ସହ୨୦୨୦ ମାର୍ଚ ୧ ତାରିଖରୁ ବନ୍ଦ ଥିବା ଇନକ୍ରିମେଣ୍ଟ ପ୍ରଦାନ, ଗଣଶିକ୍ଷକମାନଙ୍କୁ ନିୟମିତ କରିବା, ଓଆରଏସ୍ପି-୨୦୧୭ର ବକେୟା ୫୦% ପ୍ରଦାନ କରିବା ସହିତ ନିୟମିତ ଶିକ୍ଷକ ଭଳି ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବା ଦାବି ନେଇ ଚଳିତମାସ ୮ ତାରିଖରେ ପ୍ରାଥମିକ ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ । ଆଉ ଏଥିପାଇଁ ରାଜ୍ୟବ୍ୟାପୀ ସ୍କୁଲରେ ପାଠପଢ଼ା ପ୍ରଭାବିତ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |