ସଂସଦର ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟ ଆରମ୍ଭ,ମହିଳାଙ୍କୁ ମିଳିବ ୩୩% ସଂରକ୍ଷଣ

ନୂଆଦିଲ୍ଲୀ,୧୯।୯: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆସିବ ମହିଳା ସଂରକ୍ଷଣ ବିଲ୍‌। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍‌କୁ ଅନୁମୋଦନ ମିଳିଛି। ଲୋକସଭା ଓ ଦେଶର ବିଭିନ୍ନ ରାଜ୍ୟ ବିଧାନସଭାରେ ଏଣିକି ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା ହେବ। ଆଜି ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ହେବ। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ ଗୃହରେ ଉପସ୍ଥାପନ କରିବେ। ଆସନ୍ତାକାଲି ଅର୍ଥାତ୍‌ ୨୦ ସେପ୍ଟେମ୍ବରରେ ଲୋକ ସଭାରେ ଆଲୋଚନା ପରେ ଏହି ବିଲ୍‌ ପାରିତ ହୋଇପାରେ। ସେପ୍ଟେମ୍ବର ୨୧ରେ ରାଜ୍ୟ ସଭାରେ ଏହି ବିଲ୍‌ ଆଗତ ହେବ। ଲୋକ ସଭା ଓ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିବା ସଂକ୍ରାନ୍ତ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ ସୋମବାର ରାତିରେ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ୯୦ ମିନିଟ୍‌ ଆଲୋଚନା ପରେ ଏହି ବହୁ ପ୍ରତୀକ୍ଷିତ ବିଧେୟକକୁ ଅନୁମୋଦନ କରାଯାଇଥି  କୁହାଯାଉଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!