ଭୁବନେଶ୍ୱର, ୧୯।୯: ଆଜି ସକାଳେ ନରାଜ ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ କିଛି ଛାତ୍ରଛାତ୍ରୀ ଗୋଡ଼ିପାଟଣା ଅଞ୍ଚଳରୁ ଏକ ବଡ଼ ଗଣେଶ ମୂର୍ତ୍ତିଟିକୁ ଗୀତ ବଜାଇ, ବାଜାବଜାଇ,ଟ୍ରାକ୍ଟର ଯୋଗେ ନିଜ କଲେଜକୁ ଆଣୁଥିଲେ। ଏହି ସମୟର ଭିଡିଓ ନିଜ ସୋଶାଆଲ୍ ମିଡିଆରେ ଷ୍ଟାଟସ୍ ରଖିଥିଲୋ। ପିଲାମାନଙ୍କର ଏହି ଖୁସି ବେଶୀ ସମୟ ରହି ନଥିଲା। ଅଧାରାସ୍ତାରେ ଗଣେଶ ମୂର୍ତ୍ତିଟି ୧୧ କେଭି ତାର ସଂସ୍ପର୍ଶରେ ଆସିଯାଇଥିଲା। ଗାଡ଼ିଟି ଚାର୍ଜ ହୋଇଯାଇଥିଲା। ମୂର୍ତ୍ତି ପାଖରେ ଠିଆ ହୋଇଥିବା ପିଲାମାନେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଦୁର୍ଘଟଣାରେ ଜଣେ ଛାତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ। ଆହତ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ପିଲାମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |