ପୃଥିଵୀର କକ୍ଷ ପଥ ଛାଡି ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କଲା ଆଦିତ୍ୟ-L1

ନୂଆଦିଲ୍ଲୀ,୧୯।୯:ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ – L1 ଆଜି ପୃଥିଵୀର କକ୍ଷ ପଥ ଛାଡି ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସୂର୍ଯ୍ୟ ମିଶନକୁ ଆଉ ପାଦେ ଆଗକୁ ବଢ଼ିଲା ଭାରତ । ପୃଥିବୀର କକ୍ଷପଥ ଛାଡି L1 ପଏଣ୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ମିଶନ୍ ଆଦିତ୍ୟ । ଗତ ରାତି ପ୍ରାୟ ୨ଟା ବେଳେ ଇସ୍ରୋ ପକ୍ଷରୁ ସଫଳତାର ସହ ଆଦିତ୍ୟ L 1 କୁ ପୃଥିବୀର କକ୍ଷପଥରୁ ଅଲଗା କରାଯାଇଥିଲା ।ପୃଥିଵୀର କକ୍ଷ ପଥରେ ୧୬ ଦିନର ଯାତ୍ରା ସାରି ରାତି ପ୍ରାୟ ୨ଟା ସମୟରେ ମିଶନ ଆଦିତ୍ୟ L1କୁ ଏହି ସଫଳତା ମିଳିଛି । ୧୧୦ ଦିନର ଦୀର୍ଘ ଯାତ୍ରା ପରେ ଆଦିତ୍ୟ L1 ସୂର୍ଯ୍ୟର L1 ପଏଣ୍ଟରେ ପହଞ୍ଚିଵ । ପୃଥିଵୀ ଠାରୁ ୧.୫ ନିୟୁତ କିଲୋମିଟର ଦୂରରେ ରହି ଆଦିତ୍ୟ L1 ସୂର୍ଯ୍ୟ ଓ ପୃଥିଵୀ ମଧ୍ୟରେ ଥିଵା ଵାୟୁମଣ୍ଡଳୀୟ ପରିଵର୍ତ୍ତନକୁ ଅନୁଧ୍ୟାନ କରିଵ । ସେପ୍ଟେମ୍ଵର ୨ ତାରିଖରେ ଆଦିତ୍ୟ L1 ମିଶନ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱାନ ମହାକାଶ କେନ୍ଦ୍ରରୁ ନିଜ ଅଭିଯାନ ଆରମ୍ଭ କରିଥିଲା । ଏହି ମିଶନ ନିଜ ସହ ୭ଟି ପେଲୋଡ ନେଇ ଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!