ପୁରୁଣା ସଂସଦ ଭବନର ନୂଆ ନାମ ‘ସମ୍ବିଧାନ ସଦନ’

ନୂଆଦିଲ୍ଲୀ,୧୯।୯: ସରିଲା ପୁରୁଣା ସଂସଦ ଭବନର ଯାତ୍ରା। ଅନ୍ତିମ ଦିନରେ ପୁରୁଣା ଭବନର ସେଣ୍ଟ୍ରାଲ ହଲରେ ଅଭିଭାଷଣ ରଖି ବିଗତ 75 ବର୍ଷର ଯାତ୍ରାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ପୁରୁଣା ସଂସଦ ଭବନର ନୂଆ ନାମକରଣ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।ପୁରୁଣା ଭବନକୁ ‘ସମ୍ବିଧାନ ସଦନ ଭାବେ’ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ 7 ଦଶନ୍ଧି ଧରି ଏହି ଭବନରେ ଅନେକ ଆଇନ ତିଆରି ହୋଇଛି, ସଂଶୋଧିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆବଶ୍ୟକ ବେଳେ ସ୍ୱତନ୍ତ୍ର ଅଧିବେଶନରେ ଆଇନ ପ୍ରଣୟନ ହୋଇଛି। ଧାରା ୩୭୦ ଉଚ୍ଛେଦ ଓ ତିନ୍‌ ତଲାକ ବିଲ୍‌ ପାସ୍‌ ଉଲ୍ଲେଖନୀୟ ଘଟଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ଆମେ ନୂଆ ଭବନକୁ ଯାଉଥିଲେ ବି ପୁରୁଣାର ଗରିମା ଅକ୍ଷୂର୍ଣ୍ଣ ରହିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ସବୁବେବେଳେ ପୁରୁଣାର ଗରିମା ଓ ମର୍ଯ୍ୟାଦା ବଜାୟ ରଖିବା ଉଚିତ୍।ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରି କହିଛନ୍ତି, ଭବନ ବଦଳିଛି ଏବଂ ମୁଁ ଚାହେଁ ଯେ ଭାବନା ମଧ୍ୟ ପରିବର୍ତ୍ତନ ହେବା ଉଚିତ୍‌ ।ଆଗାମୀ ଦିନରେ ଦେଶରେ ନିର୍ବାଚନ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏଭଳି ପରିସ୍ଥିତିରେ ଶାସକ ଦଳରେ କିଏ ବସିବ ଏବଂ କିଏ ବିରୋଧୀ ଦଳରେ ବସିବ ତାହା କେବଳ ଲୋକଙ୍କ ଆଚରଣ ସ୍ଥିର କରିବ। ଏକ ନୂତନ ସଂକଳ୍ପ ନେଇ ନୂତନ ସଂସଦକୁ ଆସନ୍ତୁ ଏବଂ ଏକ ନୂତନ ଭାରତର ମୂଳଦୁଆ ପକାନ୍ତୁ। ସେ କହିଛନ୍ତି , ଆମକୁ ଅତୀତର ତିକ୍ତତାକୁ ଭୁଲି ଆଗକୁ ବଢିବାକୁ ପଡିବ। ଏହା ସହିତ ସେ ନୂତନ ସଂସଦ ନିର୍ମାଣ ପାଇଁ ଶ୍ରମିକମାନଙ୍କୁ ମଧ୍ୟ ସ୍ମରଣ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!