ପାରାଦୀପ,୧୯।୯ : ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ, ହେଲେ ମାଛ ଧରି ଫେରୁଥିବା ବେଳେ ମୁହାଣରେ ଓଲଟି ପଡ଼ିଲା ଡଙ୍ଗା। ୭ରୁ ୮ ଜଣ ମତ୍ସ୍ୟଜୀବୀ ବୁଡ଼ି ଯାଇଥିବା ଜଣାପଡ଼ିଛି। ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ। ଘଟଣାଟି ଜଗତସିଂହପୁର ଜିଲ୍ଲା ପାରାଦୀପ ଠାରେ ଘଟିଛି। ପାରାଦୀପ ଅଞ୍ଚଳର କିଛି ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ। ସେମାନେ ମାଛ ଧରି ଆଜି ଅପରାହ୍ନରେ ଫେରୁଥିଲେ। ତେବେ ହଠାତ୍ ମୁହାଣଠାରୁ ଅଳ୍ପଦୂର ଅର୍ଥାତ୍ ମହାନଦୀ ଓ ସମୁଦ୍ରର ମିଳନ ସ୍ଥଳରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଯାହାଫଳରେ ମତ୍ସ୍ୟଜୀବୀମାନେ ବୁଡ଼ି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ନିକଟରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ଉଦ୍ଧାର ପାଇଁ ଆସିଥିଲେ। ତେବେ ଡଙ୍ଗାରେ ୭ରୁ ୮ ଜଣଥିବା ଜଣାପଡ଼ିଛି।ପାରାଦ୍ବୀପ ମୁହାଣରେ ଏକ ମାଛଧରା ଡଙ୍ଗା ଓଲଟି ପଡ଼ିଥିବା ଜଣାପଡ଼ିଛି। ଡଙ୍ଗାରେ ୭/୮ଜଣ ମତ୍ସ୍ୟଜୀବୀ ଥିବା ସୂଚନା ମିଳିଛି। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।ପାରାଦୀପ ଅଞ୍ଚଳର କିଛି ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ। ସେମାନେ ମାଛ ଧରି ଆଜି ଅପରାହ୍ନରେ କୂଳକୁ ଫେରୁଥିଲେ। ତେବେ ହଠାତ୍ ମୁହାଣଠାରୁ ଅଳ୍ପଦୂର(ମହାନଦୀ ଓ ସମୁଦ୍ରର ମିଳନ ସ୍ଥଳ)ରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଯାହାଫଳରେ ମତ୍ସ୍ୟଜୀବୀମାନେ ବୁଡ଼ି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ନିକଟରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ଉଦ୍ଧାର ପାଇଁ ଆସିଥିଲେ। ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ଡଙ୍ଗାରେ ୭ରୁ ୮ ଜଣଥିବା ଜଣାପଡୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |