ବନ୍ଦେ ଭାରତ ଏକ୍ସପ୍ରେସର ଦ୍ୱିତୀୟ ଟ୍ରାଏଲ ରନ୍

ଭୁବନେଶ୍ୱର,୨୦ା୯:ଆଜି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଦ୍ୱିତୀୟ ଟ୍ରାଏଲ ରନ୍ ହୋଇଛି। ଏହି ସେମି ହାଇସ୍ପିଡ୍ ଟ୍ରେନ୍‌ରେ ୮ଟି କୋଚ୍ ରହିଛି। ଆଜି ସକାଳ ୫ଟାରେ ପୁରୀରୁ ବାହାରିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌। ଏହା ଅପରାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ଏହାପରେ ୨ଟା ୧୦ରେ ରାଉରକେଲାରୁ ବାହାରି ୯ଟା ୪୦ରେ ପୁରୀରେ ପହଞ୍ଚିବାର ଯୋଜନା ରହିଛି।ଆଜି ପୁଣି ଥରେ ହୋଇଛି ଟ୍ରାଏଲ ରନ । ଗତ ୧୧ ତାରିଖରେ ପ୍ରଥମ ଟ୍ରାଏଲ ରନ ସରିଥିବା ବେଳେ ଆଜି ଦ୍ବିତୀୟ ଥର ପାଇଁ ପୁରୀରୁ ଗଡ଼ିଛି ଟ୍ରେନ୍‌ । ତେବେ ବିଧିବଦ୍ଧ ଭାବରେ ଆସନ୍ତା ୩୦ ତାରିଖରେ ଏହି ଟ୍ରେନ ଚଳାଚଳ ହେବ ବୋଲି ସ୍ଥିର ହୋଇଛି। ସୋମବାରରୁ ଶନିବାର ପର୍ଯ୍ୟନ୍ତ ସପ୍ତାହରେ ୬ ଦିନ ଏହି ଟ୍ରେନ ଚଳାଚଳ କରିବ। ସକାଳ ୫ଟାରୁ ପୁରୀରୁ ବାହାରି ଏହି ଟ୍ରେନ ୧୨ଟା୩୦ ସୁଦ୍ଧା ରାଉରକେଲାରେ ପହଞ୍ଚିବ। ପୁଣି ସେହି ଦିନ ଅପରାହ୍ନରେ ପୁରୀ ଫେରିବ ଏହି ଏକ୍ସପ୍ରେସ । ଯାହା ଫଳରେ ପୁରୀରୁ ପଶ୍ଚିମ ଓଡ଼ିଶା ରେଳଯାତ୍ରା ହେବ ସୁଖଦାୟକ ।  ସୁନ୍ଦରଗଡ଼,ଝାରସୁଗୁଡା,ଅନୁଗୁଳ ତାଳଚେରକୁ ଟ୍ରେନ କମେଇବ ଗମନାଗମନ ଦୂରତା । ଆଜି ସକାଳ ୫ଟାରୁ ପୁରୀରୁ ବାହାରିଛି ଟ୍ରେନ୍‌ । ୬ ଘଣ୍ଟା ମଧ୍ୟରେ ଏହା ରାଉରକେଲାରେ ପହଞ୍ଚିବ । ପରେ ଅପରାହ୍ନ ୨ଟା ୧୦ରୁ ରାଉରକେଲାରୁ ବାହାରି ପୁରୀରେ ପହଞ୍ଚିବ ଏହି ଟ୍ରେନ୍‌ । ଗତ ମେ ୧୮ରେ ପୁରୀରୁ ହାଓ୍ବଡ଼ା ପର୍ଯ୍ୟନ୍ତ ଗଡିଥିଲା ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ। ସ୍ବଦେଶୀ ଜ୍ଞାନ କୌଶଳ ଓ ଅତ୍ୟାଧୁନିକ ବ୍ୟବସ୍ଥାର ସମୀକରଣ ବନ୍ଦେ ଭାରତ ଏକ୍ସପ୍ରେସ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!