ଆଜି ନୂଆଖାଇ, ମା’ଙ୍କ ପାଖରେ ଲାଗି ହେବ ନବାହ୍ନ

ସମ୍ବଲପୁର୨୦ା୯ :ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ।ଆଜି ନୂଆଁଖାଇ ପର୍ବ ପାଇଁ ସାରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି । ଏହି ପର୍ବକୁ ପଶ୍ଚିମ ଓଡ଼ିଶାର ଗଣପର୍ବ ବୋଲି କୁହାଯାଏ । ତେବେ ଏହି ନୂଆଁଖାଇ ପର୍ବରେ ସମସ୍ତେ ନୂଆ ବସ୍ତ୍ର ପିନ୍ଧି, ନୂଆ ଶସ୍ୟରେ ପ୍ରସ୍ତୁତ ଖାଦ୍ୟ ଖାଇଥାନ୍ତି । ଏହି ପର୍ବ ଏକ କୃଷି ଭିତ୍ତିକ ପର୍ବ ଅଟେ । ସେଥିପାଇଁ କେବଳ ପଶ୍ଚିମ ଓଡ଼ିଶା ନୁହେଁ ସାରା ରାଜ୍ୟରେ ମଧ୍ୟ ନୂଆଁଖାଇ ପର୍ବକୁ ପାଳନ କରାଯାଉଛି । କ୍ଷେତରେ ଅମଳ ହୋଇଥିବା ଶସ୍ୟକୁ ପ୍ରଥମେ ରନ୍ଧା ଯାଇ ଠାକୁରଙ୍କୁ ସମର୍ପଣ କରାଯାଏ ଏବଂ ଏହାପରେ ଘରେ ସମସ୍ତେ ଏହାକୁ ଖାଇଥାନ୍ତି । ତେଣୁ ପଶ୍ଚିମ ଓଡ଼ିଶାରେ ମଧ୍ୟ ନୂଆଁଖାଇ ପର୍ବରେ ଇଷ୍ଟ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖେ ନବାର୍ଣ୍ଣ ଭୋଗ ଲାଗିଥାଏ ।ଏହାସହ  ନିଜର ନୂଆ ଫସଲକୁ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରିବ ଚାଷୀ।  ଆଜି ପୂବାହ୍ନ ୧୦ଟା ୨୭ ମିନିଟରୁ ୧୦ଟା ୪୨ ମିନିଟ୍ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ  ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ|ନୂଆଖାଇ ପାଇଁ ଘରେ ଲିପା ପୋଛା ସାଂଗକୁ ରଙ୍ଗ ଲଗାଯାଇଛି। ପୂରା ପରିବାର ପାଇଁ ନୂଆ ଡ୍ରେସ କିଣାଯାଇଛି। ପରିବାର ସଦସ୍ୟ ଯିଏ ଯେଉଁଠି ଥିଲେ, ଘରକୁ ଆସିଗଲେଣି। ସମସ୍ତେ ମିଶି  ଏକାଠି ନୂଆ ଖାଇବା ପରେ ଆରମ୍ଭ ହେବ ଭେଟଘାଟ କାର୍ଯ୍ୟକ୍ରମ। ଘରର ବଡ ମାନଙ୍କୁ ଜୁହାର କରି ମୁଣ୍ଡିଆ ମାରି ଆଶୀର୍ବାଦ ନେବେ ସମସ୍ତେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!