ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ସପ୍ତାହକୁ ୬ ଦିନ କରିବ ଚଳାଚଳ

ରାଉରକେଲା,୨୧।୯:   ଆସନ୍ତା ୨୪ରୁ ପୁରୀ-ରାଉରକେଲା ମଧ୍ୟରେ ଚାଲିବ ଅତ୍ୟାଧୁନିକ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’।ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଚାଲିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ରାଉଲକେଲା ମଧ୍ୟରେ ଚାଲିବ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ। ଦକ୍ଷିଣପୂର୍ବ ରେଳପଥ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ଏନେଇ ସୂଚନା ଦିଆଯାଇଛି।ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ସପ୍ତାହକୁ ୬ ଦିନ ଚଳାଚଳ କରିବ। ଏହା ସକାଳ ୫ଟାରୁ ପୁରୀ ଷ୍ଟେସନରୁ ଛାଡିବାକୁ ଥିବା ବେଳେ ଦିନ ୧୨ଟା ୪୫ ମିନିଟରେ ରାଉରକେଲା ଷ୍ଟେସନରେ ପହଞ୍ଚିବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦି ଆଭାସି ଜରିଆରେ ପୁରୀ-ରାଉରକେଲା ସମେତ ଦେଶର ବିଭିନ୍ନ ରାଜ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଉଦ୍‌ଘାଟନ କରିବେ। ଆଜି ପୁରୀ-ରାଉରକେଲା ମଧ୍ୟରେ ଟ୍ରାଏଲ ରନ୍‌ ସଫଳ ହୋଇଛି। ନିର୍ଦ୍ଧାରିତ ସମୟ ଅର୍ଥାତ୍‌ ସକାଳ ୫ଟାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀ ଷ୍ଟେସନ ଛାଡ଼ିଥିଲା। ରାଉରକେଲା ଷ୍ଟେସନରେ ନିର୍ଦ୍ଧାରିତ ସମୟର ୧୫ ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ଅପରାହ୍ନ ସାଢ଼େ ୧୨ଟାରେ ପହଞ୍ଚିଥିଲା। ପ୍ରାୟ ୧ଘଣ୍ଟା ୪୦ ମିନିଟ୍‌ ରହିବା ପରେ ଅପରାହ୍ନ ୨ଟା ୧୦ରେ ରାଉରକେଲା ଷ୍ଟେସନ ଛାଡ଼ିଥିଲା। ରାଉରକେଲା ଷ୍ଟେସନରେ ବିଜେପିର ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟଙ୍କ ସମେତ ବହୁ ନେତା ଓ କର୍ମୀମାନେ ପତାକା ହଲାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ସ୍ବାଗତ କରିଥିଲେ। ବିଭିନ୍ନ ରେଳ ସଙ୍ଗଠନର କର୍ମକର୍ତ୍ତାମାନେ ଟ୍ରେନ୍‌କୁ ସ୍ବାଗତ କରିବା ସହ ଆଗାମୀ ଦିନରେ ରାଉରକେଲାବାସୀ ଶ୍ରୀକ୍ଷେତ୍ର ପୁରୀ ଯିବାରେ ବେଶ୍‌ ଉପକୃତ ହେବ। ଆରାମଦାୟକ ଯାତ୍ରା ଅନୁଭବ କରିବେ। ସେପଟେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ରାଉରକେଲା ଷ୍ଟେସନରେ ପହଞ୍ଚିବା ମାତ୍ରେ ଟ୍ରେନ୍‌ ଦେଖିବାକୁ ଯାତ୍ରୀଙ୍କ ଭିଡ଼ ଜମିଥିଲା। ଟ୍ରେନ୍‌ ଭିତରେ ଓ ବାହାରେ ସେଲ୍‌ଫି ନେବାକୁ ସହରବାସୀ ଓ ଯାତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଥିବା ଦେଖିବାକୁ ମିଳିଥିଲା। ବନ୍ଦେ ଭାରତ ଏକ୍ସପ୍ରେସ୍‌ ଅପରାହ୍ନ ୨ଟା ୧୦ ମିନିଟ୍‌ରେ ରାଉରକେଲା‌ ଷ୍ଟେସନ ଛାଡି ରାତି ୯ଟା ୪୦ ମିନିଟ୍‌ରେ ପୁରୀ ଷ୍ଟେସନରେ ପହଞ୍ଚିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!