ଆଜି ରାଜ୍ୟ ସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ,୨୧।୯:ଆଜି ରାଜ୍ୟ ସଭାରେ ଆଗତ ହେବ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍। ଗତକାଲି ଲୋକସଭାରେ ବିଲକୁ ସମର୍ଥନ ମିଳିବା ପରେ ଆଜି ରାଜ୍ୟ ସଭାରେ ବିଲକୁ ଉପସ୍ଥାପିତ କରାଯିବ। ଯାହା ଉପରେ ରହିଛି ପୂରା ଦେଶର ନଜର। ବିଲ୍ ରାଜ୍ୟ ସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଯିବ। ମହିଳା ସଂରକ୍ଷଣ ବିଲ୍ ଉପରେ ଆଜି ରାଜ୍ୟସଭାରେ ହେବ ଆଲୋଚନା। ତେବେ ବିଲକୁ ସମର୍ଥନ କରିବା ପାଇଁ ବିଜେଡି ନିଜ ରାଜ୍ୟସଭା ସଦସ୍ୟଙ୍କ ପାଇଁ ୩ ଲାଇନର ହ୍ୱିପ୍ ଜାରି କରିଛି । ଗତକାଲି ଲମ୍ବା ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ଐତିହାସିକ ମହିଳା ସଂରକ୍ଷଣ ବିଲ୍। ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ଐତିହାସିକ ବିଲ୍ ସପକ୍ଷରେ ୪୫୪ ଭୋଟ୍ ମିଳିବା ପରେ ଏହାକୁ ଲୋକସଭାର ଅନୁମୋଦନ ମିଳିଛି। ଏହି ବିଲ ଆଇନରେ ପରିଣତ ହେଲେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ। ବହୁ ଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲକୁ ସଂସଦର ଚଳିତ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ଉପସ୍ଥାପନ କରିଥିଲେ ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦି|ବିଜେପି ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଜ୍ୟସଭାରେ ମହିଳା କୋଟା ବିଲ୍ ଉପରେ ବିବୃତ୍ତି ରଖିବାର କାର୍ଯ୍ୟକ୍ରମ ରହିଛି। ୧୪ ଜଣ ମହିଳା ସାଂସଦ ଓ ମନ୍ତ୍ରୀ ବିଜେପି ପକ୍ଷରୁ ଏହି ବିଲ୍ ଉପରେ ବିତର୍କ କରିବେ ବୋଲି ଆଶା କରାଯାଉଛି। ଏମାନଙ୍କ ମଧ୍ୟରୁ ଓବିସି ସମ୍ପ୍ରଦାୟର ତିନିଜଣ ମହିଳା ସାଂସଦ ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଦୁଇଜଣ ମହିଳା ବିଲ୍ ସପକ୍ଷରେ ତର୍କ କରିବେ।ଗତକାଲି ୧୧ ଘଣ୍ଟା ଧରି ବିଲ୍ ଉପରେ ବିତର୍କ ହେବା ପରେ ଲୋକ ସଭାରେ ପାରିତ ହୋଇଛି ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ। ବିଲ୍ ସପକ୍ଷରେ ୪୫୪ ଖଣ୍ଡ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ୨ ଖଣ୍ଡ ଭୋଟ୍ ପଡିଥିଲା। ଆଜି ରାଜ୍ୟସଭାରେ ଏହି ବିଲ୍‌ ପାରିତ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ମହିଳା ସଂରକ୍ଷଣ ବିଲ୍ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନରେ ପରିଣତ ହୋଇଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!