ଭୁବନେଶ୍ୱର , ୨୧।୯ :ପ୍ରଥମ ଶ୍ରେଣୀ ପିଲା ପଢିବେ ‘ଶିକ୍ଷା ପ୍ରବେଶ’ । ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛନ୍ତି । ଅଙ୍ଗନାବାଡି ପରେ ଛାତ୍ରଛାତ୍ରୀ ଯେତେବେଳେ ପ୍ରଥମ ଶ୍ରେଣୀରେ ନାମ ଲେଖାନ୍ତି, ସେତେବେଳେ ସେମାନେ ପ୍ରାଥମିକ ସ୍କୁଲ ସହ ଖାପ ଖୁଆଇ ପାରନ୍ତି ନାହିଁ । ଯାହାଫଳରେ କି ପିଲାମାନେ ଅନେକ ସମୟରେ ସ୍କୁଲରେ ଉପସ୍ଥିତ ରୁହନ୍ତି ନାହିଁ । ପ୍ରାଥମିକ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ବିକାଶ ପ୍ରତି ଗୁରୁତ୍ୱ ଦିଆଯିବ । ଏବେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ଛାତ୍ରଛାତ୍ରୀ ‘ଶିକ୍ଷା ପ୍ରବେଶ’ ପୁସ୍ତକ ଅଧ୍ୟୟନ କରିବେ । ଏହି ପୁସ୍ତକ ପଢିବା ଦ୍ୱାରା ପିଲାଙ୍କ ବୁଦ୍ଧିରେ ବିକାଶ ହେବା ସହ ସେମାନଙ୍କୁ ପାଠପାଢା ପ୍ରତି ଆକୃଷ୍ଟ କରିବ । ‘ଶିକ୍ଷା ପ୍ରବେଶ’ଟି ଏସସିଇଆରଟି ଢାଞ୍ଚାରେ ପ୍ରସ୍ତୁତ ହୋଇଛି, ଏହି ପୁସ୍ତକକୁ ପ୍ରଥମ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |