ଭୁବନେଶ୍ୱର,୨୨ା୯ :ରାଜ୍ୟରେ ଶାସନ ବ୍ୟବସ୍ଥାକୁ ବିରୋଧ କରି ‘ମୋ ଦଳ’ ବିଧାନସଭା ଘେରାଉ କରିଛି। ଦଳର ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଦଳୀୟ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାନସଭା ସମ୍ମୁଖ ପାଲଟିଲା ଋଣକ୍ଷେତ୍ର। ରାଜ୍ୟରେ ଶାସନ ବ୍ୟବସ୍ଥାକୁ ନେଇ ବିଧାନସଭା ଘେରାଉ କରିଛି ମୋ ଦଳ। ‘ରାଜ୍ୟରେ 5t ସଚିବ ପାଣ୍ଡିଆନଙ୍କ ଶାସନ ଚାଲିଛି। ଏଥିପାଇଁ ନେତା ଓ ମନ୍ତ୍ରୀମାନେ ବିଧାନସଭା ନଯାଇ ଘରେ ଶୁଅନ୍ତୁ। ପାଣ୍ଡିଆନ ବିଧାନସଭା ଚଳାନ୍ତୁ।’ ଏପରି ନାରା ଦେଇ ବିକ୍ଷୋଭ କରିଛନ୍ତି ମୋ ଦଳର କର୍ମୀ। ମୋ ଦଳର ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ କର୍ମୀମାନେ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଛନ୍ତି। ଏହି ସମୟରେ ସେମାନଙ୍କୁ ଅଟକାଇବେଳେ ପୁଲିସ ଓ ମୋ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏହାସହ ପୁଲିସ କିଛି କର୍ମୀଙ୍କୁ ଓଠାଇ ନେଇ ଅଟକ ରଖିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |