ବେଙ୍ଗାଲୁରୁ,୨୨।୯ : ଚନ୍ଦ୍ରପୃଷ୍ଠରେ ଅନ୍ଧକାର ଘୋଟିଯିବାରୁ ସ୍ଲିପିଂ ମୋଡକୁ ଚାଲିଯାଇଛନ୍ତି ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ । କିନ୍ତୁ ଏବେ ପୁଣିଥରେ ଚନ୍ଦ୍ରପୃଷ୍ଠରୁ ଅନ୍ଧକାର ହଟିଯାଇଛି । ପୁଣିଥରେ ଜହ୍ନ ରାଇଜରେ ହୋଇଛି ନୂଆ ସୂର୍ଯ୍ୟାଲୋକ । ତେଣୁ ଲାଣ୍ଡର ବିକ୍ରମ ସହ ପ୍ରଜ୍ଞାନକୁ ଉଠାଇବା ପାଇଁ ଇସ୍ରୋ ପ୍ରୟାସ ଜାରି ରଖିଛି । ଇସ୍ରୋ ସହିତ ୟୁରୋପୀୟ ସ୍ପେସ ଏଜେନ୍ସି ମଧ୍ୟ ବିକ୍ରମ-ପ୍ରଜ୍ଞାନକୁ ଉଠାଇ ଚନ୍ଦ୍ରମାର ବିଭିନ୍ନ ତଥ୍ୟ ହାସଲ କରିବାରେ ସାହାଯ୍ୟ କରିଛି । ସେମାନଙ୍କ କହିବାନୁସାରେ ଦକ୍ଷିଣ ମେରୁରେ ଏବେ ତାପମାତ୍ରା ବିଯୁକ୍ତ ୨୦୦ ଡିଗ୍ରୀ ଥିବାବେଳେ ଏବଂ ପବନ ଆଦୌ ନାହିଁ। ଏଭଳି ପ୍ରତିକୂଳ ସ୍ଥିତିରେ ସେପ୍ଟେମ୍ବର ୪ରୁ ସୁପ୍ତ ଅବସ୍ଥାରେ ରହିଥିବା ବିକ୍ରମ ଓ ପ୍ରଜ୍ଞାନର ଯନ୍ତ୍ରପାତି ସକ୍ରିୟ ହୋଇପାରିବ କି ନାହିଁ ସନ୍ଦେହ ରହିଛି। ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ସକ୍ରିୟ କରିବା ପାଇଁ ଉଦ୍ୟମ ଚାଲିଛି। ଉଭୟକୁ ୩୦ରୁ ୪୦ ସେଣ୍ଟିମିଟର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବା ସହ ଯୋଗାଯୋଗ ସ୍ଥାପନ ଉଦ୍ୟମ ଚାଲିଛି। ସୂର୍ଯ୍ୟ କିରଣ ପଡ଼ୁଥିବାରୁ ଏହାର ବ୍ୟାଟେରୀକୁ ସତେଜ କରିବା ଉଦ୍ୟମ ହେଉଛି। ଏହା ସମ୍ଭବ ହେଲେ ଦିନେ ଦୁଇ ଦିନ ପରେ ବିକ୍ରମ ଓ ପ୍ରଜ୍ଞାନ ଜାଗତ ହୋଇପାରିବେ। ଏଥିରେ ସଫଳ ହେଲେ ଇସ୍ରୋ ଆଉ ଏକ ଇତିହାସ ସୃଷ୍ଟି କରିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |