ମୋହାଲି,୨୨।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାର ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ଆଜି ମୋହାଲିରେ ଖେଳାଯିବ। ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ବକପ ପୂର୍ବରୁ ଉଭୟ ଦଳଙ୍କ ପାଇଁ ଏହା ଶେଷ ପ୍ରସ୍ତୁତି। ଉକ୍ତ ଶୃଙ୍ଖଳାରୁ ଉଭୟ ଦଳ ଖେଳାଳି ପରୀକ୍ଷାନିରୀକ୍ଷା ସହ ସନ୍ତୁଳିତ ଦଳ ଗଠନ ନେଇ ଲକ୍ଷ୍ୟ ରଖିଛନ୍ତି। ଭାରତ ନିୟମିତ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ପ୍ରଥମ ଦୁଇ ଦିନିକିଆରୁ ବିଶ୍ରାମ ଦେଇଛି। ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଦଳର ନେତୃତ୍ବ ନେବେ। ଆଇଏସ୍ ବିନ୍ଦ୍ରା ପଞ୍ଜାବ କ୍ରିକେଟ ଆସୋସିଏଶନ ମଇଦାନରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ବିଶ୍ୱକପ୍ ପୂର୍ବରୁ ଉଭୟ ଟିମ୍ ଲାଗି ଅନ୍ତିମ ସିରିଜ ଅଟେ। ଏଣୁ କ୍ରିକେଟ ପ୍ରଶଂସକଙ୍କ ନଜର ଏହି ସିରିଜ ଉପରେ ରହିଛି। ଏସିଆ କପ୍ ୨୦୨୩ରେ ବିଜେତା ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷ ଦୁଇ ମ୍ୟାଚ୍ ଲାଗି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ସେହିଭଳି ଯୁବ ଖେଳାଳିଙ୍କୁ ଦଳରେ ସୁଯୋଗ ମିଳିଛି।ସିରିଜର ପ୍ରଥମ ମୁକାବିଲାର ଲାଇଭ ପ୍ରସାରଣ ସ୍ପୋଟ୍ସ୧୮ରେ ହେବ। ହିନ୍ଦୀରେ ମ୍ୟାଚର ପ୍ରସାରଣ କଲର୍ସ ସିନେପ୍ଲେକ୍ସ ସୁପରହିଟ୍ରେ ହେବ।ସେପ୍ଟେମ୍ବର ୨୨ରେ ମୋହାଲିରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ଅପରାହ୍ନ ୧.୩୦ରେ ଖେଳାଯିବ। ଟସ୍ ମ୍ୟାଚ୍ର ଅଧା ଘଣ୍ଟା ପୂର୍ବରୁ ଅର୍ଥାତ ୧ଟାରେ ପଡ଼ିବ।
ଭାରତ ସମ୍ଭାବ୍ୟ ଏକାଦଶ: ଈଶାନ କିଶନ, ଶୁବମନ ଗିଲ୍, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ୍ ରାହୁଲ୍ (ଅଧିନାୟକ, ୱିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, ୱାସିଂଟନ୍ ସୁନ୍ଦର, ଆର୍ ଅଶ୍ବିନ୍, ମହମ୍ମଦ ସାମି, ମହମ୍ମଦ ସିରାଜ/ଶାର୍ଦୁଳ ଠାକୁର, ଯଶପ୍ରୀତ ବୁମରା।
ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ: ଡେଭିଡ୍ ୱାର୍ଣ୍ଣର, ମିଚେଲ୍ ମାର୍ସ, ଷ୍ଟିଭେନ୍ ସ୍ମିଥ୍, ମାର୍ନସ ଲବୁସାନ୍, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), କାମେରନ୍ ଗ୍ରିନ୍, ମାର୍କସ ଷ୍ଟୋଇନିସ୍, ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍ପେନସର୍ ଜନ୍ସନ୍/ତନଭୀର ସାଙ୍ଗା, ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |