ଏଫଏମ ୟୁନିଭର୍ସିଟିକୁ ମିଳିଲା ଗ୍ରେଡ଼ ଏ-ୱାନ୍ ମାନ୍ୟତା

ବାଲେଶ୍ଵର,,୨୩।୯:ଫକୀର ମୋହନ ୟୁନିଭର୍ସିଟିକୁ ମିଳିଲା ଗ୍ରେଡ଼ A-1 ମାନ୍ୟତା। ଓଡିଶାର ତଥା ବାଲେଶ୍ଵରର ବହୁ ପୁରାତନ କଲେଜ ଫକୀର ମୋହନ ୟୁନିଭର୍ସିଟିକୁ ନାକ୍ ପକ୍ଷରୁ ଗ୍ରେଡ଼ ଏ-ୱାନ୍ ମାନ୍ୟତା ମିଳିଥିବା ଖବର ଆସି ପହଞ୍ଚିଛି । ତେବେ ଏହି ସଫଳତାକୁ ନେଇ କଲେଜ କତୃପକ୍ଷ, ଛାତ୍ରଛାତ୍ରୀ ଓ ସମସ୍ତ କର୍ମଚାରୀ ମାନେ ବେଶ ଉତ୍ସାହିତ ହୋଇଛନ୍ତି । ୩.୧୮ ସହ ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟଳୟ ମଧ୍ୟରୁ ସର୍ବ ଶ୍ରେଷ୍ଠ ହୋଇପାରିଛି ଫକୀର ମୋହନ ବିଶ୍ୱବିଦ୍ୟଳୟ । ଭିତ୍ତିଭୂମି ଓ ଷ୍ଟୁଡେଣ୍ଟ ସପୋର୍ଟରେ ଆଗରେ ରହିଛି ଏହି କଲେଜ । ଗତ ୧୨ ତାରିଖରେ ନାକ୍ ପକ୍ଷରୁ ଏକ ଟିମ୍ କଲେଜ ପରିଦର୍ଶନ କରିବାକୁ ଆସିଥିଲେ । ତେବେ ଆଜି ଏହି ଏଫଏମ ୟୁନିଭର୍ସିଟିକୁ ଗ୍ରେଡ଼ ଏ-ୱାନ୍ ମାନ୍ୟତା ଘୋଷଣା କରିଛି ନାକ୍ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!