ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅର୍ଥନୈତିକ ଅବରୋଧ

କେନ୍ଦ୍ରାପଡ଼ା,୨୩।୯:କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ କ୍ରିୟାନୁଷ୍ଠାନ କମିଟି l ଆଜି କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳେ ଆନ୍ଦୋଳନକାରୀ ମାନେ କଟକ -ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକଠାରେ ରାଜପଥ ଅବରୋଧ କରିଛନ୍ତି। ଏହାସହ ଦୈତାରୀ- ପାରାଦୀପ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଶତାଧିକ ଆନ୍ଦୋଳନକାରୀ ରାସ୍ତା ଉପରେ ବସି ରହି ନାରାବାଜି କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି।ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରନ୍ତୁ ବୋଲି କମିଟି ପକ୍ଷରୁ ଦାବି କରାଯାଇଛି। ସରକାର ଦାବି ନ ଶୁଣିବାରୁ ଆଜି କମିଟି ପକ୍ଷରୁ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି। ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ଗତ ସେପ୍ଟେମ୍ବର ୫ରୁ ଜିଲାପାଳଙ୍କଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!