ନୂଆଦିଲ୍ଲୀ ,୨୩।୯ : ୨୩ ସେପ୍ଟେମ୍ବର ଅର୍ଥାତ୍ ଶନିବାର ଚୀନ୍ର ହାଙ୍ଗଝୋଉରେ ଏସିଆନ ଗେମ୍ସର ଉଦଘାଟନୀ ସମାରୋହ ଆରମ୍ଭ ହୋଇଯାଇଛି । ୮୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ବିଗ୍ ଲୋଟସ୍ ନାମକ ଏହି ଷ୍ଟାଡିୟମକୁ ୨୦୧୮ରେ ଏକ ଫୁଟବଲ୍ ଷ୍ଟାଡିୟମ ଭାବରେ ନିର୍ମାଣ କରାଯାଇଥିଲା । ଏସୀୟ ଖେଳ ଉଦଘାଟନ ସମାରୋହ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ଆରମ୍ଭ ହୋଇଯାଇଛି । ଭାରତରେ ଏହାର ସିଧା ପ୍ରସାରଣ ଉପଲବ୍ଧ ହେବ । ଅଲମ୍ପିକ୍ ଚାମ୍ପିଆନ ନୀରଜ ଚୋପ୍ରାଙ୍କ ନେତୃତ୍ୱରେ ଭାରତୀୟ ଦଳ ଶନିବାର ଅଧିକାରୀକ ରୂପରେ ଆରମ୍ଭ ହେଉଥିବା ଏସୀୟ ଖେଳରେ ନିଜର ପ୍ରଦର୍ଶନ ଦମଦାର କରିବାକୁ ପ୍ରୟାସ କରିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, କୋଭିଡ କାରଣରୁ ଏହି ଏସିଆନ୍ କ୍ରୀଡାକୁ ଗୋଟିଏ ବର୍ଷ ବିଳମ୍ବ କରି ଦିଆଯାଇଛି ।ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମାନପ୍ରୀତ ସିଂ ଏବଂ ବକ୍ସର ଲୋଭଲିନା ବୋର୍ଗୋହେନ ଭାରତର ଜାତୀୟ ପତାକା ଧରି ମାର୍ଚ୍ଚ କରିଥିଲେ। ଉଭୟେ ପ୍ୟାରେଡରେ ଭାରତୀୟ କଣ୍ଟିଜେଣ୍ଟ୍ର ନେତୃତ୍ୱ ନେଇଥିଲେ। ଏହି ସମାରୋହରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଯୋଗ ଦେଇଥିଲେ। ତାଙ୍କ ଉପସ୍ଥିତିରେ ଚାଇନାର ଇତିହାସ ଏବଂ ଏହାର ସଫଳତା ପ୍ରଦର୍ଶନ କରାଯାଇଥିଲା। ଚମତ୍କାର ଲେଜର ଶୋ ଲୋକମାନଙ୍କୁ ଆକର୍ଷିତ କରିଥିଲା। ଖେଳାଳିଙ୍କ ପରେଡରେ ଆଫଗାନିସ୍ତାନର ଆଥଲେଟମାନେ ପ୍ରଥମେ ମାର୍ଚ୍ଚ କରିଥିଲେ। ଭାରତୀୟ ଦଳ ପହଞ୍ଚିବା ପରେ ଷ୍ଟାଡିୟମର ଉତ୍ସାହ ଦେଖାଦେଇ ଥିଲା। ଦର୍ଶକମାନେ ଜୋରରେ କରତାଳି ଦେଇ ସ୍ବାଗତ କରିଥିଲେ। କ୍ରିକେଟ ଏବଂ ଫୁଟବଲରେ ମହିଳା ଦଳର ମ୍ୟାଚ ଆରମ୍ଭ ହୋଇଛି। ଭାରତୀୟ ଖେଳାଳିମାନେ ମଧ୍ୟ ଟେବୁଲ ଟେନିସରେ ଏକ ବିଜୟ ଆରମ୍ଭ କରିଛନ୍ତି। ଟେବୁଲ ଟେନିସ ପୁରୁଷ ଦଳ ତାଜିକିସ୍ତାନ ବିପକ୍ଷରେ ଏକ ସହଜ ବିଜୟ ହାସଲ କରିଛି ଏବଂ ମହିଳା ଦଳ ନେପାଳ ବିପକ୍ଷରେ ଏକ ବିଜୟୀ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |