ନୂଆଦିଲ୍ଲୀ,୨୩।୯:ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନକୁ ଭାରତ କଡ଼ା ଜବାବ ଦେଇଛି। ନିଜ ମାଟିରୁ ଆତଙ୍କବାଦ ବନ୍ଦ କରିବା ସହ ଅଧିକୃତ କାଶ୍ମୀର ଖାଲି କର। ଏଭଳି କଡ଼ା ଶବ୍ଦରେ ପାକିସ୍ତାନକୁ ଶୁଣାଇଛି ଭାରତ।ମିଳିତ ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ। ପାକିସ୍ତାନ ପ୍ରଥମେ କଶ୍ମୀର ପ୍ରସଙ୍ଗ ଉଠାଇବା ପରେ ବର୍ଷିଲା ଭାରତ। ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଟାର୍ଗେଟ କଲା ଭାରତ। ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନର ପଦକ୍ଷେପ ଜରୁରୀ, ପ୍ରଥମେ ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ କରୁ କହି ଭାରତର କଟାକ୍ଷ। ଆନ୍ତର୍ଜାତିକ ଫୋରମର ସହାୟତା ନେଇ ଭାରତ ବିରୋଧରେ ଅପପ୍ରଚାର କରିବା ପାକିସ୍ତାନ ବନ୍ଦ କରୁ। ଜାମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛ୍ୟେଦ ଅଙ୍ଗ। ଏହାସହ ନିଜ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ମାନବ ଅଧିକାର ଉଲ୍ଲଂଘନ ବନ୍ଦ କରୁ ବୋଲି ଭାରତ କହିଛି। ଅଯଥା କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ମୁଣ୍ଡ ନ ଖେଳାଇ ମୁମ୍ବାଇ ଆକ୍ରମଣ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ କଡ଼ା ଶବ୍ଦରେ ପାକିସ୍ତାନକୁ ଏଭଳି କିଛି ଭାରତ କହିଛି। ମିଳିତ ଜାତିସଂଘ ସାଧାରଣ ସଭାର ୭୮ତମ ଅଧିବେଶନକୁ ସମ୍ବୋଧିତ କରିବାବେଳେ ଗତକାଲି ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାର ଉଲ ହକ୍ କାକର ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ। କାଶ୍ମୀର ଉପରେ ଏକ ସଂକଳ୍ପ ପାରିତ କରିବାକୁ ଏବଂ ସେଠାରେ ସାମରିକ ହସ୍ତକ୍ଷେପ ପାଇଁ ଜାତିସଙ୍ଘରେ ଦାବି କରିଥିଲେ। ଯାହାର ଆଜି କଡା ଜବାବ ଦେଇଛି ଭାରତ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |